ବୋଲଗଡ଼: ତା -୨୩/୦୨(ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ଗ୍ରାମସ୍ଥିତ ମହିଳା ଗୋଷ୍ଠୀ ପରିଚାଳନା ସଙ୍ଘର ପରିଚାଳକ ରବୀନ୍ଦ୍ରନାଥ ମହାପାତ୍ରଙ୍କ ଦ୍ୱାରା ଆୟୋଜିତ ଓ ମା କୋଶଳାଶୁଣୀ କ୍ଲବ ସହଯୋଗୀତାରେ ରବିବାରଦିନ ୨୩ତମ ଜିଲ୍ଲାସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଆରିକମl ଖେଳ ପଡିଆଠାରେ କିଙ୍ଗ ଷ୍ଟାର ଭୋଗଡା ଓ ମା ମଙ୍ଗଳା ଜୁନିୟର କ୍ଳବ ଗଡ଼ମାଣିତ୍ରି ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି ।

ମହିଳା ଗୋଷ୍ଠୀ ପରିଚାଳନା ସଙ୍ଘର ପରିଚାଳକ ରବୀନ୍ଦ୍ରନାଥ ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟତିଥିଭାବେ ବିଜେପି ଯୁବ ସଂଗଠକ ମାନସ କୁମାର ବେହେରା ଓ ସମ୍ମାନିତ ଅତିଥିଭାବେ ଆରିକମା ସରପଞ୍ଚ ପ୍ରମୋଦ କୁମାର ରାଉତରାୟ, ସମାଜସେବୀ ଶେଷଦେବ ପ୍ରଧାନ,ମା କୋଶଳାଶୁଣୀ କ୍ଳବ ସଭାପତି ମାନସ ରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ଏହି ମ୍ୟାଚର ଅତିଥିମାନେ ପଡିଆ ମଧ୍ୟରେ ଖେଳାଲିମାନଙ୍କ ସହ କର ମର୍ଦନ କରି ଉତ୍ତମ ଓ ସୁନ୍ଦର ଖେଳ ପଦର୍ଶନ କରିବା ପାଇଁ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଫାଇନାଲ ମ୍ୟାଚରେ କିଙ୍ଗ ଷ୍ଟାର ଭୋଗଡା ଓ ମା ମଙ୍ଗଳା ଜୁନିୟର କ୍ଳବ ଗଡ଼ମାଣିତ୍ରି ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଚିତାକର୍ଷକ ମ୍ୟାଚ ହୋଇଥିଲା ।

ଉଭୟ ଦଳର ଖେଳାଳିମାନେ କୌଣସି ଗୋଲ ସ୍କୋର ହୋଇ ନଥିବା ବେଳେ ଟ୍ରାଏ ବ୍ରେକର ହୋଇ ଥିଲା। ତେବେ ୪-୧ଗୋଲରେ କିଙ୍ଗଷ୍ଟାର ଭୋଗଡା ଫୁଟୁବଲ ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଫାଇନାଲରେ ବିଜୟୀ ହୋଇ ଥିବା କିଙ୍ଗଷ୍ଟାର ଭୋଗଡା ଫୁଟୁବଲ ଦଳ ଖେଳାଳିମାନଙ୍କୁ ଟ୍ରଫି ସହିତ ନଗଦ ଦଶହଜର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ରନସ ଅଫ ମା ମଙ୍ଗଳା ଜୁନିୟର କ୍ଳବ ଗଡ଼ମାଣିତ୍ରି ଖେଳାଳିମାନଙ୍କୁ ଟ୍ରଫି ସହିତ ସାତ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ଏହି ମ୍ୟାଚର ମୁଖ୍ୟ ରେଫରି ଭାବେ ଶରତ କୁମାର ଛୋଟରାୟ ଓ ଲାଇନର ଭାବେ ପ୍ରଦୀପ ଜେନା, କୁଞ୍ଜ ବିଶ୍ୱାଳ ପ୍ରମୁଖ ସହାୟତା କରିଥିବା ବେଳେ ମ୍ୟାଚ କମିଶନର ଭାବେ ଲଡ଼ୁକିଶୋର ପରିଡା ମ୍ୟାଚକୁ ପରିଚାଳନା କରିଥିଲେ । ଏହି ମ୍ୟାଚକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଦର୍ଶକମାନେ ସମାଗମ ହୋଇଥିଲେ । ଏହି ଜିଲ୍ଲା ସ୍ତରୀୟ କୋଶଳାଶୁଣୀ କପ ଫୁଟୁବଲ ଟୁର୍ଣ୍ଣାମେଣ୍ଟକୁ କ୍ଳବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ ।



