ସମ୍ବଲପୁର/ପଡିଆବାହାଲ:ତା-୨୩/୦୨ (ବିଏମସି ଟିଭି ଓଡିଆ)
ପ୍ରଭୁ ହନୁମାନଙ୍କ ଅସୀମ କୃପାରୁ ଏବଂ ଭକ୍ତଜନଙ୍କ ଆଶୀର୍ବାଦରୁ ଯୁଯୁମୁରା ବ୍ଲକ୍ ଅନ୍ତର୍ଗତ ପଡିଆବାହାଲ ବଜାରପ୍ରାଙ୍ଗଣ ଠାରେ ନବନିର୍ମିତ ପଞ୍ଚମୁଖୀ ହନୁମାନ ମନ୍ଦିରର ପବିତ୍ର ରତ୍ନମୁଦ ମହୋତ୍ସବ ଆସନ୍ତା ୨୭ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି। ଏହି ପବିତ୍ର ଅବସରକୁ ଅଧିକ ଶୁଭମୟ କରିଵା ପାଇଁ ବହୁ ଗୁଣୀ ଜ୍ଞାନୀ, ରାଜନେତା ଓ ଭକ୍ତଜନଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଦିନ ସକାଳ ୯ଟା ଗତେ କଳସଯାତ୍ରା ଓ ୧୦ଟାରେ ଶ୍ରୀଶ୍ରୀ ଗଣେଶଙ୍କ ପୂଜନୋତ୍ସବ ଅନୁଷ୍ଠିତ ହୋଇ ଦିବା ଘ:୧.୧୫ ରୁ ଘ:୨.୫୦ ମଧ୍ୟ ରତ୍ନମୁଦ ପୂର୍ଣ୍ଣ କରାଯିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଉପସ୍ଥିତ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ପାନୀୟଜଳ ଯୋଗାଣ, ଶାନ୍ତିଶୃଙ୍ଖଳା ତଥା ଯାନବାହାନ ନିୟନ୍ତ୍ରଣ କରିବା ପାଇଁ ମନ୍ଦିର କମିଟି ତରଫରୁ ସୁବ୍ୟବସ୍ଥା କରାଯାଇଛି। ଏହି ମହୋତ୍ସବରେ ସମସ୍ତ ଭକ୍ତଜନ ଯୋଗଦେବାକୁ ପଡିଆବାହାଲ ଆଞ୍ଚଳିକ ପଞ୍ଚମୁଖୀ ହନୁମାନ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ପଡିଆବାହାଲଠାରେ ପଞ୍ଚମୁଖି ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ ଆଗାମୀ ୨୭ରେ ଅନୁଷ୍ଠିତ ହେବ


