ସମ୍ବଲପୁର/ବରପାଲି:ତା-୨୩/୦୨ (ବିଏମସି ଟିଭି ଓଡିଆ)
ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ‘ତରଙ୍ଗ’ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଭାଗର ମୁଖ୍ୟ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ଏମସିଏଲ ଉପଦେଷ୍ଟା ସୁକାନ୍ତ ତ୍ରିପାଠୀ ଯୋଗଦାନ କରିବା ସହ ସମ୍ମାନିତ ଅତିଥି ଭାବେ ଧନୁଯାତ୍ରା କମିଟିର ସମ୍ପାଦକ ସୁରେଶ୍ଵର ଶତପଥୀ, ମହାବିଦ୍ୟାଳୟ ଗଭର୍ଣିଂବଡି ସଭାପତି ସତ୍ୟନାରାୟଣ ଦାଶ ଓ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ହଲଧର ନାଗ ଯୋଗ ଦେଇଥିଲେ। ଅଧ୍ୟାପିକା ପରିଣିତା ପଧାନ ଅତିଥି ମାନଙ୍କୁ ସ୍ବାଗତ ଜଣାଇଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ। ପ୍ରାରମ୍ଭରେ ଆଦ୍ୟପୂଜ୍ୟ ଗଣେଶଙ୍କୁ ଦ୍ବୀପ ପ୍ରଜ୍ବଳନ ସହ ପୁଜାର୍ଚ୍ଚନା କରାଯାଇଥିଲା। ଅଧ୍ୟକ୍ଷା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଅଧ୍ୟାପକ ସୁଧାଂଶୁ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆର୍ଟିଷ୍ଟମାନଙ୍କ ଦ୍ଵାରା ଫଟୋ ଗ୍ୟାଲେରୀ ପ୍ରଦର୍ଶନ ହେବା ସହ ମହାବିଦ୍ୟାଳୟ ୱାଲ୍ ମାଗାଜିନ୍ର ନବ୍ୟ ରୂପରେ ଉନ୍ମୋଚିତ ହୋଇଥିଲା। ବିଶ୍ବବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ପ୍ରଥମ ହୋଇଥିବା ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଥମ ଅଧିବେଶନର ପରିସମାପ୍ତି ପରେ ପରେ ନାଟ୍ୟ ନିର୍ଦ୍ଦେଶକ ଓ ଲେଖକ ଅମିତ୍ କୁମାର ପ୍ରଧାନଙ୍କ ପରିଚାଳନାରେ ମହାବିଦ୍ୟାଳୟର ଛାତ୍ରୀ ମାନେ ‘ବିନମୁଲିଆ ଲହ’ ନାଟକ ପରିବେଷଣ କରିଥିଲେ। ଛାତ୍ରୀ ମିଷ୍କିନା ପଧାନ, ଶ୍ରାବଣୀ ଓ ଗୌରୀ ମେହେରଙ୍କ ସମେତ ଛାତ୍ରୀମାନେ ସାଂସ୍କୃତିକ କାର୍ଯକ୍ରମ ପରିଚାଳନା କରିଥିଲେ। ଛାତ୍ରୀମାନଙ୍କ ଦ୍ଵାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀ ସାମିଲ ହୋଇଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ବାର୍ଷିକୋତ୍ସବ ‘ତରଙ୍ଗ’ ଅନୁଷ୍ଠିତ


