ନୟାଗଡ/ଖଣ୍ଡପଡ଼ା:ତା -୨୨/୦୨(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ହାଇସ୍କୁଲ ରେ ୨୦୦୯ ମସିହା ମାଟ୍ରିକ ବ୍ୟାଚ ର ୩ୟ ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ବଳନ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା ଏଵଂ ଭୋଗ ଅର୍ପଣ କରାଯାଇଥିଲା।ଏହି ଅବସର ରେ ବନ୍ଧୁତ୍ୱଭାବ ନିଦର୍ଶନ ସ୍ବରୂପ ପରସ୍ପର ମଧ୍ୟରେ ଭାବ ବିନିମୟ କରିବାସହ ବାଲ୍ୟ ଜୀବନର ସ୍ମୃତି ସାଉଁଟି ଥିଲେ । ଏଥି ସହିତ ଆଗକୁ ପ୍ରତ୍ୟେକ ବର୍ଷ ଏହିଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଜାରି ରଖିବା କୁ ନେଇ ନିଷ୍ପତି ନିଆଯାଇଥିଲା ।

ଏଥିରେ ଶିକ୍ଷକ ଆର୍ତ୍ତ ବନ୍ଧୁ ଜେନା, ବୈକୁଣ୍ଠ ପ୍ରଧାନ, ଅର୍ଜୁନ ସାର,ଗୋଲଖ ସାର, ଦୁର୍ଯୋଧନ ପ୍ରଧାନ, ସରୋଜିନୀ ମାଡ଼ାମ, ସନ୍ତୋଷ କୁମାର ସାହୁ, ପ୍ରଶାନ୍ତ ବଳିଆରସିଂ ଉପସ୍ଥିତ ରହିଥିଲେ । ଏହି ବନ୍ଧୁମିଳନ ର ଉଦଯୋଗ କର୍ତ୍ତା ଭାବରେ ସହଯୋଗ କରିଥିବା ଛାତ୍ର ମାନେ ହେଲେ ଚନ୍ଦ୍ରକାନ୍ତ ସାହୁ,ଚିତରଞ୍ଜନ ଖଟେଇ,ସନାତନ ସାହୁ ଓ ମୋହନ ମୁଖି ତଥା ଅନ୍ୟ ଛାତ୍ର ଛାତ୍ରୀ ମାନେ। ଏଥିରେ ସମସ୍ତ ଛାତ୍ର ଛାତ୍ରୀ ମାନେ ନିଜ ନିଜର ଅଭିଭାଷଣ ମାଧ୍ୟମ ରେ ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସହଯୋଗ ରେ ବନ୍ଧୁ ମିଳନ ମହସମରୋହ ରେ ଅନୁଷ୍ଠିତ କରାଗଲା । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଆଶୀର୍ବାଦ ନେଇ ପିଲା ମାନଙ୍କର ବନ୍ଧୁମିଳନ ସଭା ଶେଷ କରାଗଲା ।
ଜଗନ୍ନାଥ ପ୍ରସାଦ ରୁ ରୁଦ୍ର ମାଧବ ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


