ବାଲିମେଳା: ତା -୨୩/୦୨(ଵିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଅଗ୍ରାଧିକାର ଦେଉଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ।ଜିଲ୍ଲାପାଳଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁଁ ସ୍ଵାଭିମାନ ଅଞ୍ଚଳ ମାଲକାନଗିରିରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦଶମ ବାର୍ଷିକ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ଅୟୋଜନ ହୋଇପାରିଛି।ସ୍ଵାଭିମାନ ଅଞ୍ଚଳର ଅଣ୍ଡରାପାଲି, ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଣସପୁଟ, ପେପରମେଟଲା, ମୁତାମ୍ବୋ,ଦାରଲାବାଡା ଏହି ଭଳି ୫ଟି ଉଚ୍ଚ ବିଦ୍ୟାଳୟର ୯୭ ଜଣ ଛାତ୍ରଛାତ୍ରୀ ସରକାରୀ ବଡ଼ପଡ଼ା ଏସଏସଡି ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇ ପାରିଛନ୍ତି। ପୂର୍ବରୁ ଏହି ଛାତ୍ର ଛାତ୍ରୀ ମାନେ ପ୍ରାୟ ୨୨ କିଲୋମିଟର ରାସ୍ତା ଅତିକ୍ରମ କରି ଚିତ୍ରକୋଣ୍ଡା ଠାରେ ପରୀକ୍ଷା ଦେଉଥିଲେ। ସ୍ଵାଭିମାନ ଅଞ୍ଚଳର ପ୍ରାୟ ୯୭ ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ବଡପଡା ଠାରେ ପରୀକ୍ଷା କେନ୍ଦ୍ରଟିଏ ଅନୁମୋଦନ କରିଥିବା ଯୋଗୁଁ ଅଞ୍ଚଳବାସୀ, ଛାତ୍ରଛାତ୍ରୀ ଓ ଜନସାଧାରଣ ମାଧ୍ୟମିକ ଶିକ୍ଷା ପରିଷଦ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କୁ ଧନ୍ୟବାଦ ଦେଇଛନ୍ତି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ନିଜେ ସ୍ଵାଭିମାନ ଅଞ୍ଚଳ ଗସ୍ତ କରି ପରୀକ୍ଷା କେନ୍ଦ୍ରର ତଦାରଖ କରି ଥିଲେ।ପରୀକ୍ଷା ସୁପରିଚାଳନା ପାଈଁ ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇ ଥିଲେ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


