ସମ୍ବଲପୁର/କୁଚିଣ୍ଡା:ତା-୨୪/୦୨(ବିଏମସି ଟିଭି ଓଡିଆ)
ଯୁଗଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ ନିଜ ଉଦ୍ୟମରେ ‘ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ’ର ଶୁଭାରମ୍ଭ ଗତ ତା. ୧୬. ୦୨. ୨୦୨୬ରୁ ହୋଇଯାଇଛି। ଏହାର ନବମ ଦିବସରେ କୁଚିଣ୍ଡା ଠାରେ ଏକସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗୁଦ୍ଗୁଦା ସାହିତ୍ୟ ସଂସଦର ସମ୍ପାଦକ ଶେଖର ବନମାଳୀ ଚନ୍ଦ୍ର ନାମଦେଓ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ପରେ ଏକକ ଅଭିଯାତ୍ରୀ ହେମନ୍ତ ସାହୁ ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସଂସଦର ଉପସଭାପତି ରୁଦ୍ର ନାରାୟଣ ମିଶ୍ର ଓ କୋଷାଧ୍ୟକ୍ଷ ବସନ୍ତ କୁମାର ଚୌଧୁରୀ ନିଜ ସଂସଦର ଗୌରବମୟ ଇତିହାସ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେବା ସହ ଏ ଯାତ୍ରା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ଯୁଗଯାତ୍ରୀ ସାହିତ୍ୟ ସଂସଦ ରାଜ୍ୟର ତିରିଶ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନକୁ ସମ୍ପର୍କ ଅଭିଯାନ କରୁଥିବା କହିଥିଲେ। ସଭାପତି ସୁବାସ ଚନ୍ଦ୍ର ନାୟକ ଯୁଗ ଯାତ୍ରୀର ଏ ପ୍ରଚେଷ୍ଟା ଅନ୍ୟ ସାହିତ୍ୟ ଅନୁଷ୍ଠାନମାନଙ୍କ ପାଇଁ ତଥା ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ମତ ଦେଇଥିଲେ। ପରେ ଏହି ଅନୁଷ୍ଠାନର ସମସ୍ତ ତଥ୍ୟ ଲିଖିତ ଆକାରରେ ଶ୍ରୀ ସାହୁଙ୍କୁ ସଭାପତି ଓ ସମ୍ପାଦକ ପ୍ରଦାନ କରିଥିଲେ। ଏହି ଅଭିଯାନରେ ଓଡ଼ିଶାର ତିରିଶଟି ଜିଲ୍ଲାରେ ଥିବା ସାହିତ୍ୟ ଅନୁଷ୍ଠାନଗୁଡ଼ିକୁ ସାରସ୍ଵତ ସମ୍ପର୍କର ଏକ ସୂତ୍ରରେ ବାନ୍ଧିବାର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର ତଥ୍ୟ ସଂଗ୍ରହ ପୂର୍ବକ ” ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ” ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା କହିଥିଲେ ଏକକ ଅଭିଯାତ୍ରୀ ଯୁଗ ଯାତ୍ରୀର ସମ୍ପାଦକ ହେମନ୍ତ ସାହୁ। ଏହି ଅଭିଯାନ ଏମ୍,ରାମପୁରରୁ ବାହାରି କନ୍ଧମାଳ ଜିଲ୍ଲାରୁ ଆରମ୍ଭ ହୋଇ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲା ଯିବା ଅତିକ୍ରମ କରିବା ପରେ କଳାହାଣ୍ଡିରେ ମାର୍ଚ୍ଚ ମାସ ୧୮ ତାରିଖରେ ଶେଷ ହେବାର ଯୋଜନା ରହିଛି। ଏହି ଅଭିଯାନଟି ସମ୍ପାଦକ ନିଜ ଉଦ୍ୟମରେ କରିଥିବା ଜଣାପଡିଛି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ଯୁଗଯାତ୍ରୀ ସାହିତ୍ୟିକ ହେମନ୍ତ ସାହୁଙ୍କୁ ଗୁଦ୍ଗୁଦା ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ


