ବେଲଗୁଣ୍ଠା: ତା -୨୫/୦୨(ବିଏମସି ଟିଭି ଓଡ଼ିଆ)
ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗ୍ରାମରେ ମାଆ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ୪୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ,ଗୋ ଯଜ୍ଞ, ଘୃତ ଯଜ୍ଞ,ପଞ୍ଚ କୁଣ୍ଡିୟ ମହା ଯଜ୍ଞ ପାଞ୍ଚ ଦିନ ହେଲା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଆଜି ସୁଯ୍ୟପୂଜା, ଶାଳ ପୂଜା, ମଣ୍ଡଳ ପୂଜା,ମାଙ୍କୁ ଦିନ ଏଗାର ଘଣ୍ଟା ତିରିଶ ମିନଟ ସମୟରେ ହୋମଯଜ୍ଞ ପୂଜାପାଠ ପରେ ଦେବସ୍ନାନ ଓ ଜୀବନ୍ୟାସ ଆଳତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମରେ ମୀନା ବଜାର, ରାମ ଦୋଳି, ଟୋରାଟୋରା,ଡିସ୍କୋ ଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ଅପେରା କାଯ୍ୟକ୍ରମ ଚାଲୁରହିଛି । ବିଭିନ୍ନ ଖାଦ୍ୟ ଷ୍ଟଲ୍ ଏବଂ ଦୋଳି ନିକଟରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ସେହିପରି ମନ୍ଦିରର ସାଜସଜ୍ଜା, ଆକର୍ଷଣୀୟ ଶବ୍ଦ, ଆଲୋକ ମାଳାରେ ଗ୍ରାମ ଝଲସି ଉଠୁଛି । ଗତ କୋଡିଏ ତାରିଖରୁ ଆରମ୍ଭ ହୋଇଥିବା ଯଜ୍ଞ କାର୍ଯ୍ୟକ୍ରମରେ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଆଜି ସନ୍ଦ୍ୟା ସାତଟା ରେ ମା ଙ୍କ ଆରତୀ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଆସନ୍ତା କାଲି ବେଦପାଠ ହୋମ ହେବାପରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ରୁ ଅଣାଯାଇଥିବା ମାଙ୍କ ପିତଳ ମୂର୍ତ୍ତିକୁ ନଗର ପରିକ୍ରମା ପରେ ଗୃହ ପ୍ରବେଶ କରାଯାଇ ସିଂହାସନ ଆରୋହଣ କରାଯିବ ବୋଲି ଜଣାପଡିଛି । ଏହି କାଯ୍ୟକ୍ରମ ରେ ଗୁରୁଜୀ ଶାନ୍ତନୁ ପଢ଼ିଙ୍କ ତତ୍ଵାବଧାନରେ ଏକ ପନ୍ଦର ଜନିଆଁ ବୈଦ୍ଧିକ ବ୍ରହ୍ମହ ମଣ୍ଡଳୀ ଯୋଗଦେଇଛନ୍ତି ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


