ବୋଲଗଡ଼:ତା-୨୫/୦୨(ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରେ ଗତ ୧ମାସ ଧରି ବିଡିଓ ଓ ଜନପ୍ରତିନିଧିଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହାର ବିସ୍ଫୋରକ ପରିସ୍ଥିତି ଦେଖିବାକୁ ମିଳିଥିଲା ଚଳିତ ମାସ ୧୮ ତାରିଖ ଦିନ । ବ୍ଲକ ସମ୍ମୁଖରେ ୯ଦିନ ଧରି ଅହୋରାତ୍ର ଗଣଧାରଣ ଦିଆଯାଇଥିଲା । ୧୮ତାରିଖ ଦିନ ଜିଲ୍ଲା ପ୍ରଶାସନ ଏହି ଆନ୍ଦୋଳନକୁ ଅଣଦେଖା କରିବାରୁ ବାଧ୍ୟହୋଇ ବିଜେଡି ଦଳର ଶତାଧିକ କର୍ମୀ ବ୍ଲକ ଅଫିସରେ ଧସେଇ ପଶି ବିଡିଓଙ୍କ ସରକାରୀ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ବିଡିଓଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା, ଧମକଦବୋ ଏବଂ ମାନସିକ ସ୍ତରରେ ତାଙ୍କୁ କାର୍ଯ୍ୟ କରାଇ ନଦେବାର ପରିସ୍ଥିତି ସୃଷ୍ଟି କରିଥିଲେ । ଏହାକୁ ନେଇ ଘଟଣାଦିନ ବିଡିଓ ବୋଲଗଡ଼ ଥାନାରେ ୩୧ଜଣଙ୍କନାମରେ ସିସିଟିଭି ଫୁଟେଜକୁ ଆଧାରକରି ଏତଲା ଦିଆଯାଇଥିଲା ।

କେସ ନଂ ୬୭/୨୬ରେ ୧୧ଟି ଦଫାରେ ଏତଲାକୁ ଭିତିକରି ବୋଲଗଡ଼ ଥାନା ପୋଲିସ ଏବଂ ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଧାରଣାସ୍ତଳରୁ ୧୩ଜଣ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦଙ୍କୁ ରାତାରାତି ଉଠାଇନେଇ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡିବା ସହିତ ଆନ୍ଦୋଳନସ୍ଥଳରେ ଥିବା ଟେଣ୍ଟକୁ ଅପସାରଣ କରାଯାଇ ଆନ୍ଦୋଳନର ପରିସମାପ୍ତି ଘଟାଇଥିଲା । ଏହାପରେ ଆକ୍ସମୋଟରେ ଆସିଥିଲା ବୋଲଗଡ଼ ଥାନା ପୋଲିସ । ବିଭିନ୍ନ ଦିନରେ ଏହି ଭଙ୍ଗାରୁଜା ଘଟଣାରେ ସପୃକ୍ତ ଥିବା ୪ଜଣଙ୍କୁ ଗିରଫ କରାଯାଇ ଖୋରଧା କୋର୍ଟକୁ ଚାଲାଣ କରାଯାଇଥିଲା । ଯାହାଫଳରେ ଆନ୍ଦୋଳନକାରୀ ଜନପ୍ରତିନିଧିମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ।

ଏଥିରେ ସଂପୃକ୍ତ ଥିବା ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ସୁନନ୍ଦିତା ସାହୁ, ମାଣିବନ୍ଧ ସରପଞ୍ଚ ସୁନନ୍ଦିତା ବରାଳ, ସାଗରଗୁଆଁ ସରପଞ୍ଚ ରମାମଣୀ ଦେଇ, ଅସରଳା ସରପଞ୍ଚ ଶୁଭଲକ୍ଷ୍ମୀ ସୁନ୍ଦରାୟ, ଗୋଡିଆପଲ୍ଲୀ ସମିତିସଭ୍ୟ ରଞ୍ଜନ କୁମାର ପଣ୍ଡା ,ବେଗୁନିଆ ବ୍ଲକର ବେଗୁନିଆ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ ଓରଫ ବାବାଜୀ,ପୂର୍ବତନ ସମିତିସଭ୍ୟ ବୀର ଦାସ, ଗୋଲକ ରାଉତରାୟ, ବଂଶୀଧର ସାହୁ ଓରଫ ଟିଟୁଆ, ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ବେହେରା ଓରଫ ଅନନ୍ତଙ୍କ ସମେତ ୨୭ଜଣ ବିଜେଡି ଦଳର ନେତା ଓ କର୍ମି ୨୫ତାରିଖ ସନ୍ଧ୍ୟାରେ ବୋଲଗଡ଼ ଥାନାରେ ପହଞ୍ଚି ଆତ୍ମ ସମର୍ପଣ କରିଥିଲେ । ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଥିବା ବୋଲଗଡ଼ ଥାନା ଅଧିକାରୀ ସୁକାନ୍ତ ଦଳାଇ ସେମାନଙ୍କୁ ଭାରତୀୟ ନ୍ୟାୟ ସଂହିତା ୩୫/୩ରେ ବେଲ ପ୍ରଦାନ କରିଥିଲେ । ଆଗାମୀ ଦିନରେ କୈାଣସି ବିଶୃଙ୍ଖଳା ନକରିବା ପାଇଁ ସେମାନଙ୍କୁ ତାଗିଦ୍ କରି ଛାଡି ଦିଆଯାଇଛି ।
ବୋଲଗଡ ରୁ ରୁଦ୍ର ମାଧବ ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


