ରାୟଗଡା: ତା-୨୬/୦୨(ବିଏମସି ଟିଭି ଓଡ଼ିଆ)
କାଶୀପୁର, ରାୟଗଡା ଜିଲ୍ଲା କାଶୀପୁର ସ୍ଥିତ ଉତ୍କଳ ଆଲୁମିନା ବାଫ୍ଲଳା ମାଳି ଖଣି ପ୍ରଭାବିତ ସମୂହ ବାଫଳା ମାଳି ପ୍ରଗତି ସଂଗଠନ ପକ୍ଷରୁ ୧୫ ଦଫା ଦାବି ନେଇ ଧାରଣା ଦେଇଥିଲେ । ଆଲୋଚନା ମାଧ୍ୟମ ରେ ପ୍ରଶାସନ ପକ୍ଷରୁ ଚଳିତ ମାସ ୨୪/୨ ତାରିଖରେ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା ପାଇଁ ଆନ୍ଦୋଳନ କାରୀଙ୍କୁ ନିବେଦନ କରାଯାଇଥିଲା । କିନ୍ତୁ ଅନୁଷ୍ଠିତ ଉକ୍ତ ଆଲୋଚନା କୁ ଏକପାକ୍ଷା ନିଷ୍ପତ୍ତି ହେଇଥିବା ଅଭିଯୋଗ ରେ ଉକ୍ତ ଆନ୍ଦୋଳନ କାରୀ ପୁନର୍ବାର ଆନ୍ଦୋଳନ କୁ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି । ଉତ୍କଳ ଆଲୁମିନା କାରଖାନା ରେ ସ୍ଥାନୀୟ ପ୍ରଭାବିତ ଙ୍କୁ ନିଜର ନ୍ୟାର୍ଯ୍ୟ ଦାବି ନିମନ୍ତେ ବାରମ୍ବାର ରାଜରାସ୍ତା କୁ ଅଲ୍ଲାଇବାକୁ ପଡୁଛି । ପୁଣି ଉକ୍ତ ପ୍ରତିବାଦ ସବୁ କୁ ନିଷ୍କ୍ରିୟ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରଶାସନ କୁ ଢାଲ ଭାବେ ବ୍ୟବହାର କରିଆସୁଅଛି । ତାହାର ଏକ ଜ୍ଵଳନ୍ତ ଉଦାହରଣ ସ୍ୱରୂପ ଆଜି ଦେଖିବାକୁ ମିଳିଛି କାଶୀପୁର ବ୍ଲକ ଅନ୍ତର୍ଗତ ମିଟିଙ୍ଗ ହୋଲ ରେ
ପ୍ରକାଶ ଥାଉକି ଚଳିତ ମାସ ୧୩ ତାରିଖରେ ସ୍ଥାନୀୟ ଖଣି ପ୍ରଭାବିତ ୪ ଟି ଗ୍ରାମପଞ୍ଚାୟତ ର ପ୍ରାୟ ଶତାଧିକ ଲୋକ ଏକ ୧୫ ଦଫା ଦାବି କୁ ନେଇ ମୁଖ୍ୟ ଖଣି ରାସ୍ତା କୁ ଆବରୋଧ କରି ଧାରଣ ଜାରି ରଖିଥିଲେ ।

୬ ଦିନ ର ଧାରଣ ମଧ୍ୟରେ କମ୍ପାନୀ କର୍ତ୍ତୃପକ୍ଷ ତରଫରୁ ଆନ୍ଦୋଳନ କାରୀ ମଧ୍ୟରେ କୌଣସି ଆଲୋଚନା ହେଇପାରି ନ ଥିଲା । ଉକ୍ତ ଘଟଣା କୁ ପ୍ରଶାସନ ପକ୍ଷରୁ ଆନ୍ଦୋଳନ କୁ କିଛିଦିନ ପାଇଁ ସ୍ଥଗିତ ରଖି ଆଜି ଅର୍ଥାତ ୨୫/୨ ତାରିଖରେ କାଶୀପୁର ସଦର ମହକୁମା ଠାରେ ରାୟଗଡା ଉପ-ଜିଲ୍ଲାପାଳଙ୍କ ମଧ୍ୟସ୍ତି ରେ ଆଲୋଚନା କରିବାକୁ ଆନ୍ଦୋଳନ କାରି ସଂଗଠନ କୁ ଆହ୍ୱାନ କରାଯାଇଥିଲା । ଆଲୋଚନା ନିମନ୍ତେ ଆଜି ପ୍ରଭାବିତ ଅଞ୍ଚଳ ରୁ ବିଭିନ୍ନ ବର୍ଗ ର ପ୍ରାୟ ଶତାଧିକ ଲୋକ ଙ୍କ ଉପସ୍ଥିତ ରେ ରାୟଗଡା ଉପଜିଲ୍ଲାପାଳ ଓ କମ୍ପାନୀ କର୍ତ୍ତପକ୍ଷ ଯୋଗ ଦେଇଥିଲେ । କିନ୍ତୁ ଉକ୍ତ ଆଲୋଚନା ରେ ୧୫ ଦଫା ଦାବି କୁ ଅଣଦେଖା କରୁଥିବାବେଳେ ପ୍ରାୟ ଏକତରଫା ନିଷ୍ପତ୍ତି ନେଉଥିବା ବାଫଳା ମାଳି ପ୍ରଗତି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଥିବା ଜଣାପଡିଛି।
ଏଣୁ କମ୍ପାନୀ ପକ୍ଷରୁ ସିଏସଆର ଆଉ,ଡିଏମଏଫ ପାଣ୍ଠି ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ପ୍ରଭାବିତ ଲୋକଙ୍କ ପାଇଁ ଉତ୍କଳ ଆଲୁମିନା କମ୍ପାନୀ ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନ, ଓ ସ୍ଥାୟୀ ନିଯୁକ୍ତି ଭଳି ସମାଧାନ ନ କରିବା ପର୍ଯ୍ୟନ୍ତ ପୁନର୍ବାର ଖଣିରାସ୍ତା ଉପରେ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ଅଞ୍ଚଳବାସୀ ଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।
ରାୟଗଡା ରୂ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


