ସମ୍ବଲପୁର/ବରପାଲି:ତା-୨୬/୦୨ (ବିଏମସି ଟିଭି ଓଡିଆ)
ବରପାଲିର ବରିଷ୍ଠ ନାଟ୍ଯ ହାସ୍ୟ କଳାକାର ତଥା ପୂର୍ବତନ ନଗର କଂଗ୍ରେସ ସଭାପତି ସୁରୁବାବୁ ମେହେରଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କ ବିୟୋଗ ଖବର ଜଣାପଡିଲା ପରେ ଅଞ୍ଚଳର ରାଜନୈତିକ ଚିନ୍ତାଧାରା ବ୍ୟକ୍ତି ତଥା କଳାକାର, ବୁଣାକାର, ବ୍ୟବସାୟୀ, ଶୁଭେଚ୍ଛୁ ଓ ସମାଜସେବୀମାନଙ୍କୁ ମର୍ମାହତ କରିଥିଲା। ତାଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସୁରୁବାବୁ ମେହେରଙ୍କ ୮୫ ବର୍ଷ ବୟସରେ ବୟସାଧିକ କାରଣରୁ ଦେହାନ୍ତ ହୋଇଥିବା ବେଳେ ଅନ୍ତିମ ସମୟରେ ପରିବାର ଲୋକଙ୍କ ସହ ହିତୈଷୀ ଓ ପାଖପଡୋଶୀ ବନ୍ଧୁବାନ୍ଧବ ଉପସ୍ଥିତ ରହିଥିଲେ। ସେ ଜଣେ ମେଳାପୀ ଆତ୍ମିୟତା ଭାବର ବ୍ୟକ୍ତି ଭାବେ ସମସ୍ତଙ୍କ ନିକଟରେ ଜଣାଶୁଣା ଥିଲେ। ପୂର୍ବରୁ ବହୁବାର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ରହିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ତଥା ପ୍ରତିଷ୍ଠାନ ସ୍ଥାପନରେ ତାଙ୍କର ସହଯୋଗିତା ରହିଥିଲା।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ବରିଷ୍ଠ ନାଟ୍ଯ ହାସ୍ୟ ଅଭିନେତା ତଥା ପୂର୍ବତନ ନଗର କଂଗ୍ରେସ ସଭାପତିଙ୍କ ଦେହାନ୍ତ


