ରାୟଗଡା: ତା -୨୮/୦୨(ବିଏମସି ଟିଭି ଓଡ଼ିଆ)
ଆଜି ରାୟଗଡା ଜିଲ୍ଲା ର କଲନରl ବ୍ଲକ ଅଧିନସ୍ଥ ଥେରୁବାଲି ପଞ୍ଚାୟତ ର ଥେରୁବାଲି ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉଛବ ପାଳିତ ହେବାର ଦେଖିବା କୁ ମିଳିଛି । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ପୁଣି ଏହି କାର୍ଯ୍ୟକ୍ରମ ର ଆରମ୍ଭରେ ଥେରୁବାଲି ଆଶ୍ରମ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଆସିଥିବା ମୁଖ୍ୟ ଅତିଥି ମାନଙ୍କୁ ଫୁଲ ମାଳ ଦେଇ ସ୍କୁଲକୁ ସ୍ୱାଗତ କରିଥିଲେ । ଏବଂ ସନମାନ୍ୟ ଅଥିତିମାନଙ୍କୁ ମଞ୍ଚରେ ଆସନ ଗ୍ରହଣ କରିଥିଲେ । ଓ ଛାତ୍ରୀମାନଙ୍କ ଦ୍ୱରା ଅତିଥି ଙ୍କୁ ପୁଷ୍ପଗୁଛ ପ୍ରଦାନ ଏବଂ ସମ୍ବର୍ଦ୍ଧନା କରିଥିଲେ । ପରବର୍ତୀ ସମୟରେ ମା ମଝିଘରିଆଣି ମାଙ୍କ ଫୋଟୋ ଉପରେ ଅତିଥି ମାନଙ୍କ ଦ୍ଵରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ହୋଇଥିବା ମୁଖ୍ୟ ଅତିଥି ମାନେ ହେଲେ, ଅଞ୍ଚଳର ସମାଜସେବୀ ଶ୍ରୀ ଯୁକ୍ତ ରାଧେ ଶ୍ୟାମ ପଣ୍ଡା, କଲନର ବ୍ଲକ ର ଏ ଡି ଅ ଶ୍ରୀ ଯୁକ୍ତ ପିତୃଦେବ ବିଡ଼ିକା, ଇମ୍ଫାଲ ୟୁ ପି ସ୍କୁଲ ର ପ୍ରଧାନ ଶିକ୍ଷକଶ୍ରୀଯୁକ୍ତ ଗପାଳ ନାୟକ, ଥେରୁବାଲି ଇମ୍ଫାଲ କ୍ୟାମ୍ପସ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଣେଶ ପଣ୍ଡା, ଏବଂ ଡୁମୁରିଗୁଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵନାଥ ପାଣିଗ୍ରାହି ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ ଥେରୁବାଲି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉଦୟ କୁମାର ଚୌଧୁରୀ ଓ ଆଶ୍ରମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଅତି ଦାଇତ୍ୱ ଓ ସୁନ୍ଦର ଭାବରେ ଏହି କାର୍ଯ୍ୟକ୍ରମ କୁ ତୁଳାଇଥିଲେ । ତତସଙ୍ଗେ ଶ୍ରୀଯୁକ୍ତ ଉଦୟ ଚୌଧୁରୀ ବାର୍ଷିକ ବିବରଣୀ ପଠନ କରିଥିଲେ । ପୁଣି ଆସିଥିବା ସମସ୍ତ ଅତିଥିମାନେ ତାଙ୍କ ନିଜ ନିଜର ଅଭିଭାଷଣ ଦେଇଥିଲେ ।

ସମସ୍ତଙ୍କ ଅଭିଭାଷଣ ଛାତ୍ର ଛାତ୍ରୀ ମାନଙ୍କ ଓ ଉପସ୍ଥିତ ସମସ୍ତ ଅଭିଭାବକ ଅତି ସୁନ୍ଦର ଲାଗିଥିଲା । ଯାହା କି ପିଲାମାନଙ୍କର ଭୋବିସ୍ୱତ ଓ ଏକ ମାର୍ଗଦର୍ଶନ ଥିଲା ସେହି ଅଭିଭାଷଣରେ । ତତସଙ୍ଗେ ସଙ୍ଗେ ସ୍କୁଲର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏବଂ ଶେଷ ସମୟରେ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉଦୟ ଚୌଧୁରୀ ଏବଂ ଆସିଥିବା ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଛାତ୍ର ଓ ଛାତ୍ରୀ ମାନଙ୍କୁ ଏହି ବାର୍ଷିକ ଉଛବ ରେ, ଗତ ୨୦୨୫ ଓ ୨୦୨୬ ରେ କ୍ରୀଡା, ସଂଗୀତ, ଲମ୍ବ ଡିଆଁ, ବିଭିନ ପ୍ରତିଯଗି ରେ ଭାଗ ନେଇ ଉତୀର୍ଣ୍ଣ ହୋଇଥିବା ପିଲାମାନଙ୍କୁ, ମାନପତ୍ର ସହ ପୂରସ୍କୃତ କରାଯାଇଥିଲା । ଏହି ଥେରୁବାଲି ଆଶ୍ରମ ବିଦ୍ୟାଳୟର ଏହି ବାର୍ଷିକ ଉଛବ ଅତି ସୁନ୍ଦର ଓ ଶାନ୍ତି ପୂର୍ଣ୍ଣ ଭାବରେ ଦେଖିବାକୁ ମିଳିଥିଲା ।
ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


