ବାଙ୍କୀ: ତା – ୨୮/୦୨(ବିଏମସି ଟିଭି ଓଡ଼ିଆ)
କଟକ ବାଙ୍କୀ ମୁଖ୍ୟ ରାସ୍ତାକୁ ଦେଖିଲେ ସତେ ଯେପରି ଡବଲ ଇଂଜିନ ସରକାର ଆଣ୍ଠେଇ ପଡ଼ିଥିବା ପରି ମନେ ହେଉଛି । ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଯାନବାହାନ ଯାତାୟାତ ହୁଏ କିନ୍ତୁ ରାସ୍ତାର ଅବସ୍ଥା ଏତେ ଖରାପ ନ କହିବା ଭଲ । ରକ୍ଷାଣାବେକ୍ଷଣ ଅଭାବରୁ ରାସ୍ତା ଆଜି ମରଣଯନ୍ତା ପାଲଟିଛି.ପ୍ରତ୍ୟେକ ଦିନ ଶହ ଶହ ବାଲି ଗାଡି ଯିବା ଆସିବା ଦ୍ୱାରା ରାସ୍ତା ଭାଙ୍ଗି ଖାଲ ଖମା ରେ ପରିଣତ ହୋଇଛି ଓ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି। ଯାନବାହାନ ଯାତାୟାତ ସମୟରେ ଧୂଳି ଉଡୁଥିବାରୁ ପଥଚାରି ଓ ବାଇକ ଆରୋହୀ ମନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ସେବା ମଧ୍ୟ ବିପଯ୍ୟସ୍ତ ହେଉଛି । ପ୍ରତ୍ୟେକ ଦିନ ରାଜନେତା ଓ ପ୍ରଶାସନିକ ଅଧିକାରୀ ଏହି ରାସ୍ତାରେ ଯାଉଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁନାହିଁ । ଟେଣ୍ଡର ସରିଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ଆରମ୍ଭ ନ ହେବା ପୂର୍ତ୍ତ ବିଭାଗ ପରିବାପଣିଆକୁ ପଦାରେ ପକାଇଛି । ବିଭାଗୀୟ ଅଧିକାରୀ ସହିତ ଯୋଗାଯୋଗ ସମ୍ଭବ ହେଇପାରିନି ଓ ଅଫିସ କୁ ଗଲେ ମଧ୍ୟ ଦେଖା ମିଳୁନି । ରାସ୍ତା କାମ ତୁରନ୍ତ କରିବା ପାଇଁ ଜନସାଧାରଣ ରେ ଦାବି ହୋଇଛି । ଦେଖିବାକୁ ବାକି ରହିଲା ପ୍ରଶାସନ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛି ।
ବାଙ୍କୀ ଡମପଡ଼ା ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


