ବାଲିମେଳା: ତା -୨୮/୦୨(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତ ଅଧୀନ ଚିତାପାରି ଗାଁରେ ଥିବା ପୁରୁଣା ଚିତାପାରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ବିଦ୍ୟାଳର ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋରୁକୋଣ୍ଡା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅରୁଣ କୁମାର ରାୟ ଯୋଗ ଦେଇଥିଲେ। ମୂଖ୍ୟ ବକ୍ତା ଭାବେ ତାର୍ଲାକୋଟା- (ବି )ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କାନ୍ତ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ପୋଟ୍ରେଲ ସରପଞ୍ଚ ସୁଶ୍ରୀ ଦୈମତି ପଡିୟାମୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବା ପଡିୟାମୀ,ରାମ ଚନ୍ଦ୍ର ଖେମୁଡୁ,ପୂର୍ବତନ ଏସଏମସି ସଭାପତି ପଦଲାମ ଖିଲ, ଅବସର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ଗାଁ ମୁଖିଆ ସୁକୁ ମାଝୀ, ସୋନୁ ପୂଜାରୀ ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସହଦେଵ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ମଞ୍ଚାସୀନ ଅତିଥି ମାନେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ବିଦ୍ୟାଳୟର ଛାତ୍ରୀ ଛାତ୍ରମାଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯିବା ସହ ପ୍ରାରମ୍ଭିକ ନୃତ୍ୟ, କୋୟା ନୃତ୍ୟ, କୋୟା ଗୀତ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଆକର୍ଷଣ ଥିଲା ସମାଜକୁ ସଚେତନ କରିବା ପାଇଁ “ଗୁଣି ଗାରେଡି” ପ୍ରଥା ଉପରେ ଆଧାରିତ ନାଟକ ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସରକାର ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ।ବିଭିନ୍ନ ଗୁଣରେ ତଥା ସମୟାନୁବର୍ତ୍ତିତା, ପୂର୍ଣ୍ଣ ଉପସ୍ଥାନ ଏବଂ ଆଦର୍ଶ ଛାତ୍ରୀଛାତ୍ର, ପ୍ରକୃତି ମିତ୍ର ଭଳି ଦକ୍ଷତା ହାସଲ କରିଥିବା ବିଦ୍ୟାଳୟର ୩ ଜଣ ଛାତ୍ରୀ ଛାତ୍ରଙ୍କୁ ଏହି ବାର୍ଷିକ ଉତ୍ସବରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ବାର୍ଷିକ ଉତ୍ସବ ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ପୂର୍ବରୁ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ସମସ୍ତ ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯବା ସହିତ ମାନ ପତ୍ର ପ୍ରଦାନ କରାଯାଇଥିଲା।ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।
ବାଲିମେଳା ରୁ ଦିଲ୍ଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


