କୋରାପୁଟ:ତା-୦୧/୦୨(ବିଏମସି ଟିଭି ଓଡିଆ)
କୋରାପୁଟ ସ୍ଥିତ ବିବେକାନନ୍ଦ ମାର୍ଗ ରେ ରହୁଥିବା ସ୍ବର୍ଗତ ଶ୍ରୀମତୀ ବିଜୟା ମହାପାତ୍ର , ପ୍ରାକ୍ତନ ଗୋଷ୍ଠୀ ଉନ୍ନୟନ ଶିକ୍ଷା ଅଧିକାରୀଙ୍କ ଦ୍ଵାଦଶ କାଯ୍ୟକ୍ରମ ଅବସରରେ ଶ୍ରୀ ରାମକୃଷ୍ଣ ସତ୍ ସଂଘ ରେ ଏକ ଶୋକ ସଭା ଓ ଦ୍ୱାଦଶ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ହନୁମାନ ଚାଳିଶା, ଶ୍ରୀ ରାମ ନାମ ସଙ୍କୀର୍ତ୍ତନ ସହିତ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ଏଥିରେ ସତ୍ ସଂଘ ର ସଭ୍ୟ ସଭ୍ୟା , ଶ୍ରୀ ରାମକୃଷ୍ଣ ବିଦ୍ୟାମନ୍ଦିର ର ଶିକ୍ଷକ,ଶିକ୍ଷୟିତ୍ରୀ, ବନ୍ଧୁ ବାନ୍ଧବ ଆତ୍ମୀୟ ପରିଜନ ସମସ୍ତେ ବିଜୟ ଦିଦି ଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଉକ୍ତ କାଯ୍ୟକ୍ରମ ରେ ତାଙ୍କର ପତି ତଥା ଡି ଏ ଭି କଲେଜ ର ପୂର୍ବତନ ଉପାଧ୍ୟକ୍ଷ ଅମୁଲ୍ୟ ମହାପାତ୍ର ଶ୍ରୀମତୀ ସୁସ୍ମିତା ପ୍ରିୟ ଦର୍ଶନୀ ସାମ୍ବାଦିକ ଦେବାଶ୍ରିତ ପଟନାୟକ ସାମ୍ବାଦିକ ଘନ ରଥ ଅମିତାଭ ବେହେରା ଧବଳେଶ୍ଵର ପଟନାୟକ ପ୍ରଭାତ ମହାପାତ୍ର
ଶ୍ରୀ ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, ଶ୍ରୀ ନୃସିଂହ ପଟ୍ଟନାୟକ, ଶ୍ରୀ ହରେକୃଷ୍ଣ ପଟ୍ଟନାୟକ ଓ ଅମୁଲ୍ୟ ମହାପାତ୍ର ଉପସ୍ଥିତ ଥିଲେ । ବିଦ୍ୟା ମନ୍ଦିର ର ଅଧ୍ୟକ୍ଷା ତଥା ତାଙ୍କର ସୁକନ୍ୟା ତପସ୍ୱନିମହାପାତ୍ର ସମେତ ବିଦ୍ୟାମନ୍ଦିର ର ସମସ୍ତ କର୍ମକର୍ତ୍ତା ଶିକ୍ଷକ ଶିକ୍ଷୟତ୍ରୀ ଉକ୍ତ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


