ବୋଲଗଡ:ତା -୦୧/୦୩(ବିଏମସି ଟିଭି ଓଡ଼ିଆ)
କଳାଙ୍ଗ ସନସାଇନ୍ କ୍ରିକେଟ କ୍ଳବ ଅନୁକୁଲ୍ୟରେ ଚାଲିଥିବା ୨୧ତମ କଳାଙ୍ଗ ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚଟି ପଣ୍ଡୁସର କ୍ରିକେଟ ଟିମ୍ ଓ ଏକ ତାଳ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ପ୍ରଥମେ ଏକ ତାଳଦଳ ୧୮ ଓଭରରେ ସମସ୍ତୱିକେଟ ହରାଇ ୧୩୦ରନ୍ କରିଥିଲା । ଜବାବରେ ପଣ୍ଡୁସର ଦଳ ୧୨ଓ ଭର ଖେଳି ସମସ୍ତ ୱିକେଟ ହରାଇ ୧୦୫ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ଏକତାଳ ଦଳ ୨୫ ରନ ବିଜୟ ଲାଭ କରି ଚାମ୍ପିଅନ ହୋଇଥିଲା। ଫାଇନାଲ ଖେଳକୁ ଅମ୍ପାୟାର ଭାବେ ପରିଚାଳନା କରିଥିଲେ ସର୍ବେଶ୍ୱରସାହୁ, ଆଲୋକ ପ୍ରଧାନ ମ୍ୟାଚରେ ଫେରୀ ଭାବେ ପ୍ରଭାତସ୍ବାଇଁ ଓ ସୋମନାଥ ମହାରଣା କାର୍ଯ୍ୟନିର୍ବାହ କରିଥିଲେ। ଏହିଉଦଯାପନ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରଦୀପକୁମାର ସାହୁ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ଚାମ୍ପିଅନ ଦଳ ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥିଭାବେ କରିଥିଲେ। ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଶୁଭେନ୍ଦ୍ରସାହୁ, ସମାଜସେବା ପ୍ରଶାନ୍ତ ହୋତା , ଅଶୋକ କୁମାର ସୁବୁଦ୍ଧି, ସର୍ବେଶ୍ଵର ମହାପାତ୍ର, ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜକ କ୍ରିକେଟ କ୍ଲବର ଉପଦେଷ୍ଟା ସଂଗ୍ରାମ ସାହୁ, ସଭାପତି ଅତୁଲ୍ୟ ନିଶଙ୍କ ସଂପାଦକ ଚିନ୍ମୟ ହୋତା, ମଞ୍ଚ ପରିଚାଳନା କରିଥିଲେ, ଟୁର୍ଣ୍ଣାମେଣ୍ଟର ବେଷ୍ଟ ପ୍ଲେୟାର ଭାବେ ଏକ ତାଳଦଳରପିଙ୍କୁ ଓ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ପଣ୍ଡୁସର ଦଳର ଗୁଡୁଙ୍କୁ ସ୍ବତନ୍ତ୍ରଭାବେ ପୁରଷ୍କୃତ କରାଯାଇଥିଲା ।
ବୋଲଗଡ଼ ରୁ ରୁଦ୍ର ମାଧବ ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


