ଢ଼େଙ୍କାନାଳ/ହିନ୍ଦୋଳ: ତା -୦୧/୦୩(ବିଏମସି ଟିଭି ଓଡ଼ିଆ)
ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ ର ସପ୍ତମ ବାର୍ଷିକ ଉତ୍ସବ ଅବସର ରେ ସହଯୋଗୀ ଅନୁଷ୍ଠାନ ହିନ୍ଦୋଳ କଲ୍ୟାଣ ସଂଗଠନ (ଭୁବନେଶ୍ବର) ର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଗ୍ରାମ ର କୂମାର କ୍ଲବ୍ ଠାରେ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ(କଟକ)ର ଅଭିଜ୍ଞ କୁଶଳୀ ଚିକିତ୍ସକ ମାନଙ୍କ ଦ୍ଵାରା ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ସକାଳ ୧୦ଘଟିକା ସମୟ ରେ ମୁଖ୍ୟ ଅତିଥି ତଥା ଜନମଙ୍ଗଳ ସଂଗଠନ ର ଉପଦେଷ୍ଟା ଶ୍ରୀଯୁକ୍ତ ରତିକାନ୍ତ ଗଡ଼ନାୟକ ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଶିବିର ଉଦ୍ଘାଟିତ ହୋଇଥିଲା।ସଂଗଠନ ତରଫ ରୁ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ର ଡାକ୍ତର ଓ କର୍ମଚାରୀ ତଥା ମୁଖ୍ୟ ଅତିଥି ମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ,ସମ୍ପାଦକ ପ୍ରଦୀପ ନାୟକ ଓ ଶିବିର ପରିଚାଳକ ବିବେକାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉପଦେଷ୍ଟା ଶ୍ରୀଯୁକ୍ତ ଭକ୍ତଵନ୍ଧୁ ଶତପଥୀ,ଶ୍ରୀମତି ସତ୍ୟଭାମା ମିଶ୍ର, ଶ୍ରୀଯୁକ୍ତ ରତିକାନ୍ତ ଗଡ଼ନାୟକ ଙ୍କ ଉପସ୍ଥିତି ରେ ଜନ ମଙ୍ଗଳ(ରାସୋଳ) ସଂଗଠନ ର କୋଷାଧ୍ୟକ୍ଷା ଶ୍ରୀମତି ନିବେଦିତା ନାୟକ,ସଂଯୋଜକ ଚନ୍ଦନ ସାହୁ,ଆଜୀବନ ସେଵକ ନିରାକାର ବୈଦ୍ୟ,ଭରତ ମହାରଣା, ବିଶ୍ବରଂଜନ ସାହୁ, ନନ୍ଦ ସାହୁ,ହିନ୍ଦୋଳ କଲ୍ୟାଣ ସଂଗଠନ ର ଆଜୀବନ ସଦସ୍ୟ ଶ୍ରୀଯୁକ୍ତ ଶଙ୍କର୍ଷଣ ପାଳ ପ୍ରମୁଖ ଉପସ୍ଥିତ ରହି ସହୃଦୟତାର ସହ ସହଯୋଗ ର ହାତ ବଢ଼ାଇ ଥିଲେ।ଜେପିଏମ ହସ୍ପିଟାଲରେ ର ଡାକ୍ତର ଅଙ୍କିତା ରାଉତ୍,ସହକର୍ମୀ ଡଲି ବାରିକ୍, ସଂନ୍ଧ୍ୟାରାଣୀ ସାମଲ,ସରୋଜ କୁମାର ଦାସ ଙ୍କ ଦ୍ୱାରା ଆଞ୍ଚଳିକ ସ୍ତରରେ ୪୫ ଜଣରୁ ଉର୍ଦ୍ଧ ଚକ୍ଷୁ ଵାଧିତ ରୋଗୀ ଏବଂ ଚକ୍ଷୁ ପରୀକ୍ଷା କରିବା ପାଇଁ ଆଶାୟୀ ଥିବା ବ୍ୟକ୍ତି ବିଶେଷଙ୍କର ଅପରାହ୍ନ ୧ଘ୩୦ମିନିଟ୍ ସମୟ ମଧ୍ୟରେ ଚକ୍ଷୁ ପରୀକ୍ଷା କରିବା ସହିତ ମାଗଣା ଔଷଧ ପ୍ରଦାନ ଓ ଚଷମା ପ୍ରଦାନ କରାଯାଇଥିଲା। ତତ୍ ସହିତ ଚିହ୍ନଟ ୮ଜଣ ଚକ୍ଷୁବାଧିତ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଉପଯୁକ୍ତ ହୋଇଥିଲା ବେଳେ ଜେପିଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟ କୁ ମାଗଣା ଅସ୍ତ୍ରୋପଚାର ନିମିତ୍ତ ସ୍ଥାନାନ୍ତର କରାଯାଇଛି।ଆୟୋଜକ ଅନୁଷ୍ଠାନ ତରଫରୁ ସମସ୍ତଙ୍କ ପାଇଁ ଶୁଖିଲା ଖାଦ୍ୟ ର ବ୍ୟବସ୍ଥା କରାଯିବା ସହିତ ସଫଳତା ର ସହ ଆନନ୍ଦ ପୂର୍ଣ୍ଣ ବାତାବରଣ ଭିତରେ କାର୍ଯ୍ୟକ୍ରମ ସମାପନ ହୋଇ ଥିବା ବେଳେ ଅଞ୍ଚଳ ବାସୀ ଏତାଦୃଶ କାର୍ଯ୍ୟ କୁ ସ୍ବାଗତ କରିବା ସହିତ ଆନ୍ତରିକ ସାଧୁବାଦ ତଥା ଧନ୍ୟବାଦ ପ୍ରଦାନ ପୂର୍ବକ ଅନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ପ୍ରକାଶ ଥାଉ କି ଚକ୍ଷୁ ଵାଧିତ ରୋଗୀ ଙ୍କର ନିଃଶୁଳ୍କ ଚିକିତ୍ସା ତଥା ଅସ୍ତ୍ରୋପଚାର ନିମିତ୍ତ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ର ନିଜସ୍ୱ ଯାନ ରେ ନିଆ ଯିବା ସଂଗେ ସଂଗେ ଡାକ୍ତର ଖାନା ରେ ବିନା ଦେୟରେ ଖାଇବା,ରହିବା ସୁବିଧା ସାଙ୍ଗ କୁ ଅସ୍ତ୍ରୋପଚାର ପରେ ପୁନଃ ରୋଗୀ ଙ୍କର ନିଜସ୍ୱ ଘରେ ପହଞ୍ଚାଇ ଦିଆଯିବ।
ରାସୋଳ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


