ବାଲିମେଳା: ତା -୦୧/୦୩ (ବିଏମସି ଟିଭି ଓଡିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ସହରର ୱାର୍ଡ ନମ୍ବର-୨
ଅଧିନସ୍ତ ପରଜାଗୁଡା ସାହିରେ ଗତ ୨୭ ତାରିଖ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଏହି ପରଜାଗୁଡା ସାହିରେ ରହୁଥିବା ମିଳନ ମିସ୍ତ୍ରୀଙ୍କ ସ୍ତ୍ରୀ ଲିଲୀ ମିସ୍ତ୍ରୀ-(୨୬) ଘରେ ଦୁଇ ପୁଅଙ୍କୁ ଛାଡି କେଉଁଆଡେ ନିଖୋଜ ହୋଇ ଯାଇଥିବା ନେଇ ଜଣା ପଡିଛି। ତେବେ ଏ ନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ଶୁକ୍ରବାର ଦିନ ମିଳନ ମିସ୍ତ୍ରୀ ନାମକ ଜଣେ ବ୍ୟକ୍ତି ଓର୍କେଲ ଥାନାରେ ଦ୍ୱାରସ୍ତ ହୋଇ ତାଙ୍କ ସ୍ତ୍ରୀ ଲିଲୀ ଜଣେ ୯ ବର୍ଷ ବୟସର ବଡପୁଅ ଏବଂ ମାତ୍ର ୧୮ ମାସର ପୁଅକୁ ଘରେ ଛାଡି ଦେଇ ପଡିଶା ଘରକୁ କପଡା ସିଲାଇ କରିବା ପାଇଁ ଯାଉଛି ବୋଲି ଘରେ କହି ଯିବା ପରେ ସେ କେଉଁଆଡେ ନିଖୋଜ ହୋଇlଯାଇଛି ବୋଲି ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଥାନାରେ ୫/୨୦୨୬ରେ ଏକ ନିଖୋଜ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ତଦନ୍ତ ଏସଆଇ ମନୋହର ସାହୁ ଜାରି ରଖିଛନ୍ତି ବୋଲି ଥାନା ଅଧିକାରୀଙ୍କ ଦାୟିତ୍ୱରେ ଥିବା ଏସଆଇ ଅଜିତ ସିଂ ବରିହା କହିଛନ୍ତି। ତେବେ ମହିଳା ଜଣକ କେଉଁ କାରଣରୁ ଦୁଇ ଛୋଟ ପୁଅ ଏବଂ ଘର ଲୋକଙ୍କୁ ଛାଡି କୁଆଡେ ଗଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ମିଳିଥିବା ସୂଚନା ମିଳନଙ୍କ ନିଜ ଘର ମାଲକାନଗିରି ଜିଲ୍ଲା ଏମପିଭି -୧୮(ଏ )ଗ୍ରାମରେ। ମିଳନଙ୍କ ପରିବାର ଲୋକେ ପୂର୍ବରୁ ଦୀର୍ଘ ବର୍ଷ ଧରି ସୋମନାଥପୁର ପଞ୍ଚାୟତର କଣ୍ଡେଲ ଅଞ୍ଚଳରେ ରହୁଥିଲେ। ଏହା ପରେ କିଛି ବର୍ଷ ହେବ ସେ ବାଲିମେଳା ସହରର ପରଜା ସାହିରେ ନିଜ ଘର କରି ରହି ଆସୁଛନ୍ତି। କିଛି ବର୍ଷ ପୂର୍ବେ ମିଳନଙ୍କ ସହ କାଲିମେଳା ଅଞ୍ଚଳର ଜଣେ ଝିଅଙ୍କ ସହିତ ବାହାଘର ହୋଇଥିଲା। ବିବାହର କିଛି ବର୍ଷ ପରେ କୌଣସି କାରଣରୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛାଡ ପତ୍ର ହୋଇଥିଲା। ଏହା ପରେ ପ୍ରାୟ ୧୧ ବର୍ଷ ପୂର୍ବେ ମିଳନ ମାଲକାନଗିରି ଜିଲ୍ଲା ସୋମନାଥପୁର ପଞ୍ଚାୟତ ଅଧୀନ ଏମଭି-୩୬ ଗ୍ରାମରେ ରହୁଥିବା ଶିଶୁ ବିଶ୍ୱାସଙ୍କ ଝିଅ ଲିଲୀଙ୍କ ସହ ଦ୍ୱତୀୟ ବିବାହ କରିଥିଲେ ବୋଲି ଜଣା ପଡିଛି।ଏ ସମ୍ପର୍କରେ ନିଖୋଜ ଥିବା ମହିଳା ଲିଲୀଙ୍କ ଶାଶୁ ଟୁକୁ ରାଣୀ ଗୋଲାଦାରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଶୁକ୍ରବାର ଦିନ କୋରୁକୋଣ୍ଡାରେ ମିଟିଙ୍ଗ ହେଉଥିଲା ମୁଁ ସେଠାରେ ଥିଲି। ପଡିଶା ଘରେ ଲିଲୀ ଡ୍ରେସ ସିଲାଇବି ବୋଲି କହି ସେ ଏକ ବ୍ୟଗରେ ଘରୁ କିଛି ଲୁଗା ପଟା ନେଇ ପଡିଶା ଘରକୁ ଯାଇଥିଲା। ଦୀର୍ଘ ଘଣ୍ଟା ପରେ ସେ ଘରକୁ ନ ଫେରିବାରୁ ମିଳନ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ଲିଲୀଙ୍କର କୌଣସି ପତ୍ତା ମିଳିନଥିଲା। ଶୁକ୍ରବାର ଠାରୁ ଲିଲିଙ୍କ ମୋବାଇଲ ଫୋନ ବନ୍ଦ ରହିଛି ବୋଲି ଲିଲୀଙ୍କ ସ୍ୱାମୀ ମିଳନ କହିଛନ୍ତି।
ବାଲିମେଳା ରୁ ଦିଲ୍ଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


