ସମ୍ବଲପୁର:ତା-୦୨/୦୩ (ବିଏମସି ଟିଭି ଓଡିଆ)
ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସମ୍ବଲପୁରୀ ସଙ୍ଗୀତର ବିଶ୍ବପ୍ରସିଦ୍ଧ ଗୀତ ‘ରଙ୍ଗବତୀ…’ର ଗାୟକ ପଦ୍ମଶ୍ରୀ ଡ.ଜିତେନ୍ଦ୍ରୀୟ ହରିପାଲଙ୍କ ସହଧର୍ମିଣୀ ଶ୍ରୀମତୀ ମଲ୍ଲିକା ହରିପାଳଙ୍କ ବିୟୋଗରେ ଏକ ଶୋକସଭା ସୋମବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶୋକସଭାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଅଧ୍ୟକ୍ଷ ନିହାଲ ସିଂ ଅଧ୍ୟକ୍ଷତା କରିଥିଲେ। ଏଥିରେ ଆଇନଜୀବୀ ଜୟକୃଷ୍ଣ ବେହେରା, ଏମ୍ଡି ୟୁସୁଫ ଅଲ୍ଲୀ, ହମିତ ରହମାନ ଓ ହର୍ଦ ମଲ୍ଲିକ ଉପସ୍ଥିତ ରହି ଶ୍ରୀମତୀ ହରିପାଳଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିଲାବତି ତାଣ୍ଡି, ପିଙ୍କି ଲୁହା ଓ ଆଡଭୋକେଟ ଡିଲେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପାଧ୍ୟକ୍ଷ ମୋମୀନା ଖାତୁନ୍ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ପଦ୍ମଶ୍ରୀ ଡ.ଜିତେନ୍ଦ୍ରୀୟ ହରିପାଳଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକସଭା


