ରାୟଗଡା: ତା -୦୫/୦୩(ବିଏମସି ଟିଭି ଓଡ଼ିଆ)
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଚେରକୋଟା ଜଳପ୍ରପାତ ଠାରେ ଓଡିଶା ଡ୍ରାଇଭର ମହାସଂଘ କାଶୀପୁର ବ୍ଲକ ଡ୍ରାଇଭର ଙ୍କ ପକ୍ଷରୁ ଏକ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକ ରେ ମୁଖ୍ୟତଃ ଡ୍ରାଇଭର ମାନଙ୍କ ର ଦୈନନ୍ଦିନ ଜୀବନୀ ଉପରେ ଆଲୋଚନା କରାଯାଇଥିଲା।ଯେମିତି କୌଣସି ଦୁର୍ଘଟଣା ରେ ଡ୍ରାଇଭରଙ୍କୁ ତୁରନ୍ତ ସାହାଯ୍ୟ ସହଯୋଗ ମିଳି ପାରିବ,ଦୁର୍ଘଟଣା ରେ ମୃତ୍ୟୁ ବରଣ ଡ୍ରାଇଭର ଙ୍କ ପରିବାର କୁ ତୁରନ୍ତ ସରକାରୀ ସହାୟତା, ଓଡିଶା ଡ୍ରାଇଭର ମହାସଂଘ ଦ୍ଵାରା ପରିବାର କୁ ସାହାଯ୍ୟ ସହଯୋଗ ଏବଂ ସହାୟତା ରେ ତତ୍ପରତା ଦେଖିବା, ପୋଡ଼ସୀ ରାଜ୍ୟ ମାନଙ୍କ ସହ ସୁସମ୍ପର୍କ ରଖିବା, ସଂଘ ର ସମସ୍ତ ପଦକ୍ଷେପ ଓ ନିୟମ କୁ ମାନି ଚଳିବା, ନିୟମିତ ମାସିକ ଟଙ୍କା ପୋଇଠ କରିବା, ମଦ୍ୟପାନ ନ କରିବା, ଏବଂ ପ୍ରତେକ ମୁହୂର୍ତ ରେ ପରିବାର ଓ ଜନସାଧାରଣଙ୍କ ଧ୍ୟାନ ନେବା ଏବଂ ସରକାର ଓ ଅଞ୍ଚଳ ରେ ଗଢି ଉଠିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବକୁ ଥିବା କଳକାରଖାନା ଦ୍ଵାରା ଡ୍ରାଇଭର ଙ୍କ ପ୍ରତି ଅନ୍ୟାୟ, ଅଣ ଦେଖା, ଅବହେଳା ପ୍ରତି ଚେତାବନୀ ଭଳି ଅତି ଗରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ରାଜୁଜି, ଜିତୁ ଭାଇ ଓ ଜୋଗୀଜୀବନ ନାଏକ ପ୍ରକାଶ କରୁଥିଲେ। କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟ ସଭାପତି ରାଜୁଜି ଯୋଗ ଦେଇଥିବା ବେଳେ ସନ୍ନମାନନିୟ ଅତିଥି ଭାବେ ଜିଲ୍ଲା ସଭାପତି ଜିତୁ ଭାଇ ଯୋଗ ଦେଇଥିଲେ। ବୈଠକ ରେ ଜିଲ୍ଲା ର ୧୧ ଗୋଟି ବ୍ଲକ ରୁ ହଜାର ରୁ ଉର୍ଦ୍ଧ ଡ୍ରାଇଭର ମାନେ ସାମିଲ ହୋଇଥିଲେ। ସମ୍ପୂର୍ଣ କାର୍ଯ୍ୟକ୍ରମ ଟି ଓଡିଶା ଡ୍ରାଇଭର ମହାସଂଘ କାଶୀପୁର ବ୍ଲକ ସଭାପତି ଜୋଗୀଜୀବନ ନାଏକଙ୍କ ଦ୍ଵାରା ପରିଚାଳନା ହହୋଇଥିଲା ଏବଂ ଶାନ୍ତି ଶୃଙ୍ଖଳା ରେ ସମାପନ ହୋଇଥିଲା।
ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


