ବ୍ରହ୍ମପୁର: ତା -୦୬/୦୩(ବିଏମସି ଟିଭି ଓଡ଼ିଆ)
ଗଞ୍ଜାମ ଜିଲ୍ଲା ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଆବାହକ ସୁବାଷ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ସ୍ଥାନୀୟ ଷ୍ଟେସନ ରୋଡ଼ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଆପ୍ ଓଡ଼ିଶା ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଯୋଗଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରର କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ କ୍ଷୋଭ ପ୍ରକାଶ କରିବା ସହ,ମୋଦୀ ଏବଂ ଅମିତ ସାହା କିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଷୋଦିଆ ଏବଂ ଅନ୍ୟାନ କାର୍ଯ୍ୟକର୍ତ୍ତାଙ୍କୁ ମିଥ୍ୟା ମଦ ଦୁର୍ନୀତିରେ ଗିରଫ କରି ଜେଲରେ ରଖି, ନିର୍ବାଚନରେ ଭୋଟ ଜାଲିଆତି କରି ବିଜୟୀ ହୋଇ ସରକାରକୁ ଆସିଲା ପରେ , ଦିଲ୍ଲୀର ଜନ କଲ୍ୟାଣକାରୀ ଶିକ୍ଷା,ସ୍ୱାସ୍ଥ୍ୟ,ପରିବେଶ, ରାସ୍ତାଘାଟ,ବିଜୁଳି,ପାଣି ରୋଜଗାର ମୋଡେଲକୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରିଦେଇଛନ୍ତି l କିନ୍ତୁ ଶେଷରେ ଆମର ବିଜୟ ହୋଇଛି,ସିବିଆଇ ର ମିଛ କେଶକୁ କୋର୍ଟ ଭଛର୍ନା କରି କେଜ୍ରିୱାଲ ସମତେ ସମସ୍ତ ତେଇଶି ଜଣକୁ ନିର୍ଦୋଷରେ ମୁକ୍ତ କରିଛନ୍ତି, ଏହା ପାର୍ଟିର କର୍ମୀ ଏବଂ ସାଧାରଣ ଜନତାଙ୍କ ମନରେ ଆଶାର କିରଣ ଭରି ଦେଇଛି କହିଥିଲେ । ରାଜ୍ୟ ସଂଗଠନ ସମ୍ପାଦକ ଓଡ଼ିଶାରେ ସରକାର କିପରି ଦୁର୍ନୀତିରେ ବୁଡ଼ି ରହିଛି ଏବଂ ଲୋକଙ୍କୁ ପ୍ରତାରଣା କରି ଲୁଟ କରୁଛି,ତାର ଜବାବ ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ଦେବେ ବୋଲି ମତ ରଖିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ ଚାଷୀଙ୍କ ସମସ୍ୟା ସହ ବିଜେପି ସରକାର ବିକାଶ ନାମରେ କିପରି ପରିବେଶକୁ ଧ୍ବଂସ କରୁଛି, ଦକ୍ଷିଣ ଓଡ଼ିଶା ଏବଂ ବୃହତ ଗଞ୍ଜାମ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି, ତାରି ବିରୁଦ୍ଧରେ ଆମକୁ ଲଢ଼େଇ ଜାରି ରଖିବାକୁ ପଡ଼ିବ କହି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସଭାପତି ପି. ନୀଳକଣ୍ଠ ରେଡ୍ଡୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀନିବାସ ରେଡ୍ଡୀ, ଲିଗାଲସେଲ ସଭାପତି କୈଳାଶ ସେଠୀ,ଅଜାମ୍ବିଳ ବିଶ୍ୱାଳ,ଧୀରେନ୍ଦ୍ର ସାବତ,ପି. ମନୋଜ କୁମାରଯୁବରାଜ ବେହେରା, ରମେଶ ବେହେରା,ମହିଳା ନେତ୍ରୀ ନିଭାସ୍ମିତା ପ୍ରଧାନ, ଆସ୍କା ଲୋକସଭା ଆବାହକ ମିଟୁ ସାବତ,ରଞ୍ଜିତ ତ୍ରିପାଠୀ ,ଦିନେଶ ରାଜ,ଅଭିମନ୍ୟୁ ଦଳାଇ, ସତ୍ୟପ୍ରକାଶ ସେଠୀ, ସୁଦର୍ଶନ ମଲ୍ଲିକ, ଗୌରାଙ୍ଗ ଦାସ,ଗଣେଶ ପାତ୍ର,ପଦ୍ମନାଭ ମହାରଣା, ଲକ୍ଷ୍ମୀ ନୃସିଂହ ରଥ, ଶ୍ୟାମଘନ ଗୌଡ଼, ମିନତୀ ସ୍ୱାଇଁ, ରେଣୁ ପୃଷ୍ଟି, ରଞ୍ଜିତ ବିଶ୍ୱାଳ, ମହମଦ ସଲିମ, ସତୀଶ ପାତ୍ର,ଧୀରେନ୍ଦ୍ର ଟହଲ, ସନ୍ତୋଷ ପାତ୍ର,ବିଜୟ କୁମାର ବେହେରା, ରତିକାନ୍ତ ନାୟକ, ମାନସ ଦାସ, ହିମାଂଶୁ ସାହୁ ସମତେ ଶତାଧିକ ସକ୍ରିୟ ସଦସ୍ୟ ଉପସ୍ଥିତ ଥିଲେ ।
ବିଏମସି ନ୍ୟୁଜ ଓଡ଼ିଶା।


