ବଲାଙ୍ଗୀର/ଟିଟିଲାଗଡ-ତା-୦୫/୦୩(ବିଏମସି ଟିଭି ଓଡ଼ିଆ)
ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ପଢୁଥିବା ଯୁକ୍ତ ତିନି ଦ୍ୱିତୀୟ ଶ୍ରେଣୀର ବିଜ୍ଞାନ ଛାତ୍ର ପ୍ରିନ୍ସ ଶର୍ମା ଚଳିତ ବର୍ଷ ଦିଲ୍ଲୀ ଠାରେ ଆୟୋଜିତ ସଧାରଣ ତନ୍ତ୍ର ଦିବସ ପ୍ୟାରେଡରେ ସାମିଲ ହୋଇ ରାଷ୍ଟ୍ରପତିଙ୍କୁ ଅଭିବାଦନ ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି*। *ତେବେ ଦେଶ ସାରା ୧୭ ଲକ୍ଷ ଏନସିସି କ୍ୟାଡେଟ ମାନଙ୍କ ଭିତରୁ ଦୁଇ ହଜାର ପିଲାଙ୍କୁ ବାଛିବା ପରେ ପୁରୁଷ ବର୍ଗରେ ୧୪୫ ଜଣଙ୍କୁ ସାମିଲ କରିଥାନ୍ତି*। *ବହୁତ କଠିନ ପରିଶ୍ରମ ସ୍ବରୂପ ପ୍ରିନ୍ସ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରୁ ଯାଇ ଏହି ଉପଲବ୍ଧି ହାସଲ କରିପାରିଛନ୍ତି*। *ତେବେ ପ୍ରିନ୍ସ ଶର୍ମା ହେଉଛନ୍ତି ଟିଟିଲାଗଡ ପୂଜକ ବ୍ରହ୍ମ ସମାଜର ସଦସ୍ୟ ଶ୍ରୀ ସୁନିଲ ଶର୍ମା ଏବଂ ଶ୍ୟାମା ଶର୍ମାଙ୍କ ବଡ଼ ପୁଅ। ତେବେ ବୁଧୁବାର ସଂଧ୍ୟାରେ ପ୍ରିନ୍ସ ଶର୍ମାଙ୍କ ଘରକୁ ଟିଟିଲାଗଡ ପୂଜକ ବ୍ରହ୍ମ ସମାଜର ସଭାପତି ପ୍ରମୋଦ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜର ସଂପାଦକ ଉଦିଆ ଆଚାର୍ଯ୍ୟ, ଉପଦେଷ୍ଟା ଦେବି ପ୍ରସାଦ ଶର୍ମା, ସଞ୍ଜୟ ନାୟକ, ସଦସ୍ୟ ନଳିନୀ କାନ୍ତ ରଥ, ପବିତ୍ର ମିଶ୍ର, କିଶୋର ଚନ୍ଦ୍ର ଦାଶ, ରୂପକ ନାୟକ, ଶଙ୍କର ଶର୍ମା,ମାନସ ପାଣି ଓ ଅନ୍ୟ ସଦସ୍ୟ ମାନେ ତାଙ୍କ ଘରକୁ ଯାଇ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରି ପ୍ରିନ୍ସଙ୍କ ଉତ୍ତୋରତ୍ତର କାମନା କରିଛନ୍ତି। ଏହି ଅବସରରେ ଉପସ୍ଥିତ ସାନସ୍ତ ପୂଜକ ମାନେ ପ୍ରିନ୍ସକୁ ମିଠା ଖୁଆଇ ଆଶୀର୍ବାଦ ପ୍ରଦାନ କରିଥିଲେ ।
ଟିଟଲାଗଡ ରୁ ସନ୍ତୋଷ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


