ବ୍ରହ୍ମପୁର ; ତା-୦୯/୦୩ ( ବିଏମସି ଟିଭି ଓଡ଼ିଆ)
କିଟ କିସ କଳିଙ୍ଗ ଟିଭିର ପ୍ରତିଷ୍ଠାତା ତଥା କଳା ସଂସ୍କୃତି ପ୍ରେମୀ ବିଶିଷ୍ଟ ସମାଜ ସେବୀ ଡ଼ଃ ଅଚ୍ୟୁତ ସାମନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି କହିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ । କଳା ସଂସ୍କୃତି ଓ ପରମ୍ପରାର ପୀଠ ରୂପେ ଖ୍ୟାତି ଅର୍ଜନ କରିଥିବା ରେଶମ ସହର ବ୍ରହ୍ମପୁରରେ କଳିଙ୍ଗ ମହୋତ୍ସବ ର ଉଦଯାପନୀ ରଜନୀ ରେ ଅତିଥି ରୂପେ ଯୋଗ ଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ଡ଼ଃ ରମେଶ ଚନ୍ଦ୍ର ଚାଉ ପଟନାୟକ ମହୋତ୍ସବ ଆୟୋଜନ ର ଭୂୟସୀ ପ୍ରଶଂସା କରିବା ସହ ଏସବୁ କରିବା ପାଇଁ ପ୍ରେରଣା ଦେଉଥିବା ଅଚ୍ୟୁତ ସାର ଙ୍କ ମଧ୍ୟ ପ୍ରଶଂସା କରିଥିଲେ । ସହରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ କ୍ରିଏସନ୍ ଓ କଳିଙ୍ଗ ଟିଭିର ସହଯୋଗରେ ସରକାରୀ ଆଇଟିଆଇ ପ୍ରେକ୍ଷାଳୟରେ ଚତୁର୍ଥ କଳିଙ୍ଗ ମହୋତ୍ସବ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ପ୍ରକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଅତିଥି ରୂପେ ଯୋଗଦାନ କରି କଳା ସଂସ୍କୃତିକୁ ଉଜ୍ଜବିତ ରଖିବା ପାଇଁ ଓ ବିଭିନ୍ନ ବର୍ଗର କଳାକାର ମାନଙ୍କୁ ସାଂସ୍କୃତିକ ମଂଚ ପ୍ରଦାନ କରିବା କ୍ଷେତ୍ରରେ ଅଭିଷେକ କ୍ରିଏସନ୍ ର ଏପରି ପ୍ରୟାସକୁ ଭୂୟଂସୀ ପ୍ରଶଂସା କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ଆଧୁନିକ ନୃତ୍ୟ ସମେତ ସଂଗୀତ ପରିବେଷଣ କରିଥିଲେ । ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ ବ୍ୟକ୍ତିବିଶେଷ ଓ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଙ୍କର୍ ଆଲପ୍ପନା ପ୍ରିୟଦର୍ଶିର୍ନୀଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ରବିନ୍ଦ୍ର, ମାନସ, ଟୁଟୁ, ରବି, କେଦାରନାଥ ଚୌଧୁରୀ,ଉଷା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମହୋତ୍ସବ କମିଟି ର ଉପାଧ୍ୟକ୍ଷ ସୁଦିପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଏମସି ନ୍ୟୁଜ୍ ଓଡି଼ଶା।


