ଖୋର୍ଦ୍ଧା ; ତା-୦୨/୧୦ ( ବିଏମସି ଟିଭି ଓଡ଼ିଆ)

ଗାନ୍ଧୀ ଜୟନ୍ତୀ ଅବସରରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ଏକ ଘଣ୍ଟା, ଏକ ଦିନ, ଏକ ସାଥ’ ଅଭିଯାନରେ ଆଞ୍ଚଳିକ ମୁଖ୍ୟାଳୟ (ଭୁବନେଶ୍ୱର) ଓ ଭାରତ-ତିବ୍ବତ ସୀମା ପୋଲିସ ବଳ (ଆଇଟିବିପି)ର ୪୧ତମ ବାହିନୀ ପକ୍ଷରୁ ଏମ୍ସ, ଭୁବନେଶ୍ୱର ପରିସରରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ଏଥିରେ ଆଇଟିବିପିର ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ପରିସରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ କରିଥିଲେ।

ଏହି ଅଭିଯାନ ମାଧ୍ୟମରେ ସ୍ୱଚ୍ଛତା ଓ ସୁସ୍ଥ ପରିବେଶ ଗଠନ ପ୍ରତି ସଚେତନତାର ବାର୍ତ୍ତା ଦିଆଯାଇଥିଲା। ସେହିପରି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ–୨୦୨୬ ଅବସରରେ ଆଇଟିବିପି ୪୧ତମ ବାହିନୀ, ଖୋର୍ଦ୍ଧା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। କାର୍ଯ୍ୟାଳୟ ମୁଖ୍ୟ ଦିଗ୍ବିଜୟ ସିଂହଙ୍କ ନେତୃତ୍ୱରେ ଅଧିକାରୀ ଓ ଯବାନମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ଶିବିରରୁ ମୋଟ ୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହା ମାନବ ସେବା ଓ ସାମାଜିକ ଦାୟିତ୍ୱବୋଧର ଏକ ଉଲ୍ଲେଖନୀୟ ଉଦାହରଣ ହୋଇଛି। ଆଇଟିବିପି ପକ୍ଷରୁ ସମାଜସେବା, ସ୍ୱଚ୍ଛତା ଓ ରକ୍ତଦାନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସକାରାତ୍ମକ ସଚେତନତା ସୃଷ୍ଟି କରିବାର ପ୍ରୟାସକୁ ସ୍ଥାନୀୟ ମହଳରେ ପ୍ରଶଂସା କରାଯାଇଛି।

ବିଏମସି ନିୟୁଜ ଓଡ଼ିଶା ।



