ବାଲିମେଳା: ତା -୦୮/୦୩ (ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଡ୍ରଗଲାଇନ ଠାରେ ଥିବା ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ମନ୍ଦିର ପରିଚାଳନା କମିଟିର ସଭାପତି ବଟ କୃଷ୍ଣ ବିଶ୍ୱାଳ, ଉପ ସଭାପତି ସୁଦନ୍ୟ ସରକାର, ସମ୍ପାଦକ ରତିକାନ୍ତ ଜେନାମଣି, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାରଣା ଏବଂ ଅନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ନେତୃତ୍ୱରେ ବାଲିମେଳା ସହର ସ୍ଥିତ ମିନି ଷ୍ଟାଡିୟମ ପରିସରେ ରବିବାର ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପଞ୍ଚ ତମ ଜିଲ୍ଲା ସ୍ତରୀୟ “ରତାୟିନୀ” ମହୋତ୍ସବା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲିମେଳା ସହର ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଦୀକ୍ଷା ଗ୍ରହଣ କରିଥିବା ଶହ ଶହ ଭକ୍ତଙ୍କର ସମାଗମ ହୋଇଥିଲା।ଏହି ଅବସରରେ ରବିବାର ବଡି ଭୋରୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ଉଷାକୀର୍ତ୍ତନ କରାଯାଇଥଲା। ସକାଳ ୬ ଟାରେ ସମବେତ ପ୍ରାର୍ଥନା, ନାମ ଜପ ଓ ଧର୍ମ ଗ୍ରନ୍ଥାବଳି ପାଠ କରାଯାଇଥିଲା। ପୂର୍ବାହ୍ନ ୧୧ ଟା ୩୦ ମିନିଟ ସମୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୧ ଟା ୩୦ ମିନିଟ ସମୟରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଅପରାହ୍ନ ୩ ଟାରେ ନଗର କୀର୍ତ୍ତନ କରାଯାଇଥିଲା। ସନ୍ଧ୍ୟା ୭ଟାରେ ପୁନର୍ବାର ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହିତ ଭକ୍ତ ମାନଙ୍କର ମନୋରଞ୍ଜନ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବରେ ଯୋଗ ଦେଇଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟାହ୍ନରେ ଏବଂ ରାତିରେ ମାଗଣା ଅନ୍ନ ପ୍ରସାଦ ସେବନର ସୁବନ୍ଦୋବସ୍ତ କରାଯାଇଥିଲା।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


