ବାଲିମେଳା: ତା -୧୧/୦୩(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଡ୍ରଗ ଲାଇନ ସ୍ଥିତ ଫାଷ୍ଟ ଲାଇନ ରେ ଥିବା ଜୟପୁର ଲୁଥରାନ୍ ଚର୍ଚ୍ଚ ଠାରେ ମଙ୍ଗଳବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ବାଲିମେଳା ପରିସରରେ ଥିବା ୟୁସିଆଇଏମ ଚର୍ଚ୍ଚ, ବାଇବେଲ ମିଶନ ଚର୍ଚ୍ଚ, ବେରସେବା ଚର୍ଚ୍ଚ, ଆଇଏମଏସଟି ଚର୍ଚ୍ଚର ପ୍ରାୟ ୨୦୦ରୁ ଉର୍ଦ୍ଧ ମହିଳା ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ଆୟୋଜିତ ଶୋଭାରେ ମୁଖ୍ୟ ବକ୍ତା ଭାବେ ମାଲକାନଗିରି ମହାବିଦ୍ୟାଳୟ ର ଇକନୋମିକ ପ୍ରଫେସର ଶ୍ରୀମତି ପ୍ରେମ୍ ଲତା ଭାତ୍ରା ଯୋଗ ଦେଇ ସମାଜ ରେ ଏବଂ ନିଜ ଅଞ୍ଚଳରେ ମହିଳାଙ୍କ ଭୂମିକା ବିଷୟରେ ଆଲୋକପାତ କରିବା ସହ ବିଭିନ୍ନ କ୍ଷେତ୍ରରେ ମହିଳା ସଫଳତା ହାସଲ କରିଥିବା ତାହା ମତ ରଖିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଆୟୋଜକ ଚର୍ଚ୍ଚ ର ପାଳକ ରେଭ ଶୋଭାନା ଆଶା ପରିଚାଳନା କରିଥିବା ବେଳେ ଉକ୍ତ ଚର୍ଚ୍ଚ ର ସମସ୍ତ ମହିଳା ସହଯୋଗ କରିଥିଲେ। ପରିଶେଷରେ ସମସ୍ତଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜିର ଆୟୋଜନ କରାଯାଇଥିଲା।
ବାଲିମେଳା ରୁ ଦିଲୀପ କୁମାର ଦସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


