ବାଲିମେଳା: ତା -୧୨/୦୩(ବିଏମସି ଟିଭି ଓଡ଼ିଆ)
୦୨/୦୩/୨୬ ତାରିଖ ଦିନ ସିଆଡ଼ିମାଲ ଗ୍ରାମ ରୁ ଭୀମ ମାଡକାମୀ ଙ୍କ ସ୍ତ୍ରୀ ନାଙ୍ଗି ମାଡକାମୀ ନିଖୋଜ ଖବର 0୫/ ୦୩ /୨୬ ତାରିଖ ଦିନ ମାଲକାନଗିରି ଥାନା ରେ ଏକ ମାମଲା ରୁଜୁ ହେଇଥିଲା ୨୬/୨୦୨୬ l ଏହି ଖବର ନିଖୋଜ ଥିବା ମହିଳା ଙ୍କ ଭାଇଙ୍କ ଜରିଆ ରେ ଅଖିଳ ଭାରତ ହିନ୍ଦୁ ମାହାସଭାର ମାଲକାନଗିରି ଜ଼ିଲ୍ଲା ସଭାପତି ପଦିଆ ପଡ଼ିଆମି ଏବଂ ନାରାୟଣ ସେଠି ଙ୍କ ପାଖର ଖବର ପହଞ୍ଚିବା ପରେ ତୁରନ୍ତ ସେ ମାଲକାନଗିରି ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ପଡିଆ ଅଖିଳ ଭାରତ ହିନ୍ଦୁ ମାହାସଭାର ରାଜ୍ୟ ସଙ୍ଗଠନ ମନ୍ତ୍ରୀ ଡ଼ ବିଶ୍ୱଜିତ ମୁଦୁଲି ଙ୍କୁ ଜଣାଇଥିଲେ । ଡ଼ ବିଶ୍ୱଜିତ ଜାଣିବା ପରେ ତଳଦିନ ରେ ବାଲିମେଳା ର ଏକ ନିଖୋଜ ଘଟଣା କୁ ଆଧାର କରି ମଧ୍ୟପ୍ରଦେଶ (ସପ) ଙ୍କୁ ଯୋଗ ଯୋଗ କରିଥିଲେ । ସେଠାରୁ ନିଖୋଜ ଥିବା ନାଙ୍ଗି ମାଡକାମୀ ଙ୍କ ମୋବିଲେ କୁ ଟ୍ରାକିଙ୍କ କରାଇ ଥିଲେl ଜଣା ପଡିଥିଲା ଯେ ନାଙ୍ଗି ମାଡକାମୀ ବାଙ୍ଗଲୋର ସ୍ତିତ ଇଲୋଟ୍ରୋନିକ ସିଟି ଏରିଆ ରେ ଅଛନ୍ତି । ଏହାକୁ ଆଧାର କରି ବାଙ୍ଗାଲୋର ର ଡେପୁଟି ପୋଲିସ କମିଶନର ନାରାୟଣ ଏମ ଙ୍କ ସହ ଆଲୋଚନା କରିଥିଲେ । ଏହାପରେ କମିଶନର ନାରାୟଣ ଏମ ବେଗୁରୁ ପୋଲିସ ଷ୍ଟେସନ ଥାନା ଅଧିକାରୀ କୃଷ୍ଣ କୁମାର ପିଏସ ଙ୍କୁ ଦାଇତ୍ୱ ଦେଇଥିଲେ । ବାଙ୍ଗଲୋର ପୋଲିସ ଷ୍ଟେସନ ଥାନା ଅଧିକାରୀ କୃଷ୍ଣ କୁମାର ପିଏସ ଡେପୁଟି କମିଶନର ଙ୍କ ଆଦେଶ ପାଇ ତୁରନ୍ତ ଡ଼ ବିଶ୍ୱଜିତ ଙ୍କୁ ଯୋଗ ଯୋଗ କରିଥିଲେ । ଏହାପରେ କୃଷ୍ଣ କୁମାର ଡ଼ ବିଶ୍ୱଜିତ ଙ୍କ ଠୁ ତଥ୍ୟ ନେଇ ତାଙ୍କ ଅଞ୍ଚଳରେ ଛାନବୀନ ଆରମ୍ଭ କରି ଦେଇଥିଲେ । ତାପର ଦିନ କୃଷ୍ଣ କୁମାର ଜାଣି ବାକୁ ପାଇଲେ ନାଙ୍ଗି ମାଡକାମୀ ବାଙ୍ଗାଲୁର ରେଳ ଷ୍ଟେସନ ରେ ଅଛନ୍ତି । ସେଠାକୁ ଯାଇ ସେ ସିସି ଟିଭି କ୍ୟାମେରା ଦେଖିଥିଲେ ଏବଂ ଷ୍ଟେସନ ପୋଲିସ ସହ ଆଲୋଚନା କରିଥିଲେ । ଏହା ପରେ କୃଷ୍ଣ କୁମାର ଡ଼ ବିଶ୍ୱଜିତ ଙ୍କୁ ଫୋନ କରି ଜଣାଇ ଥିଲେ ଯେ ଆମେ ଅନୁମାନ କରୁଛୁ ନାଙ୍ଗି ମାଡକାମୀ ଙ୍କୁ ପୁଣି ଥରେ ଓଡିଶା ନିଅ ଯାଉଛି ଏବଂ ସେ କିଛି ଟ୍ରାକିଙ୍ଗ ତଥ୍ୟ ମଧ୍ୟ ତାଙ୍କୁ ଦେଇଥିଲେ । ଏହା ଜାଣି ଡ଼ ବିଶ୍ୱଜିତ ବିଜୟୱାଡା ଏସ ପି ଙ୍କ ସହ ଆଲୋଚନା କରିଥିଲେ ଏସ ପି ବିଜୟୱାଡା ର ସତ୍ୟନାରାୟଣପୁରମ ଥାନାର ପୋଲିସ ଅଧିକାରୀ ଙ୍କୁ ଏହି ଦାଇତ୍ୱ ଦେଇଥିଲେ । ସେଠାକାର ଥାନା ଅଧିକାରୀ ଲକ୍ଷ୍ମୀ ନାରାୟଣ ଙ୍କ ନେତୃତ୍ୱରେ ଏସ ଆଇ ଜି. ଜଗେସ୍ୱର ରାଓ ଙ୍କ ସହ ଏକ ୧୦ ଜାଣିଆ ଟିମ ଗଠନ କରି ବିଜୟୱାଡା ରେଳ ଷ୍ଟେସନ କୁ ଛାଡି ଥିଲେ । ଜି. ଜଗେସ୍ୱର ରାଓ (ଏସ ଆଇ) ସେଠାରେ ବିଜୟୱାଡା ଷ୍ଟେସନ ପୋଲିସ ଅଧିକାରୀ ଭେଜି ଏବଂ ଆଉ ୧୦ ଜଣ ରେଳ ପୋଲିସ ଙ୍କ ସହାୟତା ରେ ୨୦ ଜଣିଆ ଟିମ ହୋଇ ପ୍ରତ୍ୟକ ଓଡିଶା ଟ୍ରେନ କୁ ଛାନ ଭିନ କରି ଥିଲେ । କିନ୍ତୁ ସେ ଫଳପ୍ରଦ ହୋଇ ନଥିଲେ । ଏହାପରେ ବାଙ୍ଗଲୋର ପୋଲିସ ର ନିର୍ଦେଶ କ୍ରମେ ବିଜୟନଗରାମ ଜ଼ିଲ୍ଲା ଅତିରିକ୍ତ ପୋଲିସ ଅଧକ୍ଷା ସୌମ୍ୟ ଲାଠା ବିଜୟନଗରାମ ରେ ମଧ୍ୟ ବିଫଳ ହୋଇଥିଲା । ଏହା ପରେ ଖୋର୍ଦ୍ଧା ରେଳବାଇ ପୋଲିସ କଣ୍ଟ୍ରୋଲ ରୁମ କୁ ଡ଼ ବିଶ୍ୱଜିତ ଜଣାଇଥିଲେ । ସେ ମଧ୍ୟ ଧରିବାରେ ବିଫଳ ହୋଇଥିଲେ । ଏହା ଜାଣି ମାଲକାନଗିରି ପୋଲିସ ଭୁବନେଶ୍ୱର ରେଳ ଷ୍ଟେସନ ରେ ମଧ୍ୟ ପୋଲିସ ଙ୍କୁ ଜଗାଇଥିଲେ ସେବି ସେଠାରୁ ଧରିବାରେ ବିଫଳ ହୋଇଥିଲେ । ଏହାପରେ ମାଲକାନଗିରି ପୋଲିସ ଙ୍କ ଟ୍ରାକିଙ୍ଗ ରୁ ନାଙ୍ଗି ମାଡକାମୀ ଭୁବନେଶ୍ୱର ଶାଳିଆ ସହି ଆଖପାଖ ଅଞ୍ଚଳ ରେ ଅଛନ୍ତି ବୋଲି ଜାଣିବାଉ ପାଇଥିଲେ । ୧୧ /୦୩/୨୦୨୬ ଦିନ ଡ଼ ବିଶ୍ୱଜିତ ଭୁବନେଶ୍ୱର ଡିଜି ଙ୍କ ସହ ନାଙ୍ଗି ମାଡକାମୀ ଙ୍କ ବାବଦରେ ଆଲୋଚନା କରି ଥିଲେ l ଉପରସ୍ତ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ମୈତ୍ରୀବିହାର ଥାନା ଅଧିକାରୀ ରବିନାରାୟଣ ବେହେରା ଏବଂ ତାଙ୍କ ଟିମ ସହ ଭୁବନେଶ୍ୱର ସ୍ତିତ ଶାଲିଆ ସହି ର ଏକ ବସ୍ତି ରୁ ନାଙ୍ଗି ମାଡକାମୀ ଙ୍କୁ ଉଦ୍ଧାର କରି ଥାନା ର ହେପାଜତ କୁ ଆଣିଥିଲେ । ଏହାପରେ ରବିନାରାୟଣ ବେହେରା ଡ଼ ବିଶ୍ୱଜିତ ଙ୍କୁ ଫୋନ ଯୋଗେ ଜଣାଇଥିଲେ ଯେ ଆମେ ମାଲକାନଗିରି ଥାନା କୁ ଝିଆ ଟିକୁ ହସ୍ତାନ୍ତର କରିବୁ ଏବଂ ସେ ଆସି ନାଙ୍ଗି ମାଡକାମୀ ଙ୍କୁ ନେବେ । ଏହି ଖବର ନାଙ୍ଗି ମାଡକାମୀ ଙ୍କ ଭାଇ ଏବଂ ତାଙ୍କ ସ୍ୱାମୀ ଜାଣିବା ପରେ ଅଶ୍ୱସ୍ଥ ଅନୁଭବ କରୁଛନ୍ତି । ଅଖିଳ ଭାରତ ହିନ୍ଦୁ ମହାସଭାର ମାଲକାନଗିରି ଜ଼ିଲ୍ଲା ସଭାପତି ,ନବରଙ୍ଗପୁର ଜ଼ିଲ୍ଲା ସଭାପତି,ରାଜ୍ୟ ସଭାପତି ଗୀତା ଚଇନି ରାଜ୍ୟ ସାଙ୍ଗଠନ ମନ୍ତ୍ରୀ ଡ଼ ବିଶ୍ୱଜିତ ମୁଦୁଲି ଏବଂ ଦିଲ୍ଲୀ ରୁ ରାଷ୍ଟ୍ରିଆ ସାଙ୍ଗଠନ ମନ୍ତ୍ରୀ ରାକେଶ ତିବ୍ବାରୀ ସମସ୍ଥ ରାଜ୍ୟ ର ଜ଼ିଲ୍ଲା ପୋଲିସ ଙ୍କୁ ଫୋନ ଯୋଗେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


