ବୋଲଗଡ଼, ତା-୧୮/୩ (ବିଏମସି ଟିଭି ଓଡିଆ )
ବୋଲଗଡ଼ ଅଞ୍ଚଳର ବିଶିଷ୍ଟ ତବଲା ବାଦକ , ନାଟ୍ୟ କଳାକାର , ନିର୍ଦ୍ଦେଶକ କଳାଙ୍ଗ ଗ୍ରାମ ର ଶୈଳେନ୍ଦ୍ର କୁମାର ସାମନ୍ତ ରାୟ (୭୨)ଙ୍କର ବୁଧବାର ଦିନ ୧ଟା ସମୟରେ ମୃତ୍ୟୁବରଣ କରିଛନ୍ତି | ସେ କିଛିଦିନ ଧରି ଶ୍ଵାଶଜନିତ ରୋଗରେ ପିଡିତ ଥିଲେ । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ତାଙ୍କ ମରଶରୀରକୁ ସଂଧ୍ୟାରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମଶଶ୍ମାନରେ ସଂସ୍କାରକରାଯାଇଥିଲା । ଏକମାତ୍ର ପୁତ୍ର ତାରାପ୍ରସାଦସାମନ୍ତରାୟ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ କଳାଙ୍ଗ ଗ୍ରାମପଞ୍ଚାୟତର ସମିତି ସଭ୍ୟ ରଶ୍ମିରଞ୍ଜନ ପ୍ରଧାନ , ଗ୍ରାମ୍ୟ କମିଟି ସଭାପତି ପ୍ରଶାନ୍ତ କୁମାର ହୋତା , ଦୁର୍ଗା କ୍ଳବରବିଶିଷ୍ଟ କଳାକାର ପ୍ରସନ୍ନ କୁମାର ସାମନ୍ତରାୟଙ୍କ ସମେତ କଳାଙ୍ଗ ପଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ, ତାଙ୍କ ମୃତ୍ୟୁରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର ମହାପାତ୍ର . କଂଗ୍ରେସ ନେତା ପୃଥିବୀବହ୍ଳବ ପଟ୍ଟନାୟକ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି I
ବିଏମସି ନିଉଜ ଓଡିଶା


