ସମ୍ବଲପୁର/ଗୋଡଭଗା:ତା-୧୭/୩ (ବିଏମସି ଟିଭି ଓଡିଆ)
ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ମୁରୁମକେଲ ସ୍ଥିତ ପିଏମ୍ଶ୍ରୀ ବିଦ୍ୟାଳୟ ପରିସରରେ କିଶୋରୀ ବାଳିକା ମାନଙ୍କର ଶିକ୍ଷା ଓ ସଚେତନତା ବୃଦ୍ଧି ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିଶୋରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଶକ୍ତ କରିବା ସହ ସେମାନଙ୍କର ବ୍ୟକ୍ତିତ୍ୱ ବିକାଶ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଜପତି ଡନସନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତାବିରା ବ୍ଲକ୍ ଅନ୍ତର୍ଗତ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତା ଓ ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ବନ୍ଦିତା ପଧାନ ସାଧନ କର୍ମୀ ଭାବରେ ଯୋଗ ଦେଇଥିଲେ। ସାଧନ କର୍ମୀମାନେ କିଶୋରୀ ଅବସ୍ଥାରେ ହେଉଥିବା ଶାରୀରିକ, ବୌଦ୍ଧିକ ଓ ଆବେଗିକ ପରିବର୍ତ୍ତନ ସହ ଏହି ସମୟରେ ଶିକ୍ଷାର ଗୁରୁତ୍ୱ ଏବଂ ସମାଜରେ ନାରୀ ଶିକ୍ଷାର ଆବଶ୍ୟକତା, କର୍ତ୍ତବ୍ୟ ଓ ଦାୟିତ୍ଵ ଉପରେ ସାଧନକର୍ମି ଆଲୋକପାତ କରିଥିଲେ। ସମାଜରେ ନାରୀମାନଙ୍କର, ବାଳିକା ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ରକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। ନାରୀ ମାନଙ୍କର ସୁରକ୍ଷା, ସାଇବର ସୁରକ୍ଷା ଆଦି ଉପରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରି ବାଳିକା ଶିଶୁ ମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଦ୍ୟାଳୟର ସମସ୍ତ କିଶୋରୀ ବାଳିକା ଏଥିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଦେବଦତ୍ତ ସାହୁ, ରୋହିତ ପାଣି, ଚନ୍ଦ୍ରମଣି ଶାହୁ, ମନୋଜ କୁମାର ଜାଲ, ପ୍ରହଲ୍ଲାଦ ସାହୁ, ନୋଦିତ କୁମାର ସାହୁ, ଜୀବର୍ଦ୍ଧନ ମେହେର, ସୁଧାଂଶୁ ଶେଖର ମିଶ୍ର, ସୁଧୀର କୁମାର ଦାଶ, ଶିକ୍ଷୟିତ୍ରୀ ପ୍ରଭାସିନୀ ସରାପ, ସଂଗୀତା ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପରମାନନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ


