ବାଲିମେଳା: ତା-୧୭/୦୩(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ,ବାଲିମେଳା ଛକ ନିକଟରେ ଥିବା ରାଜଲିଙ୍ଗେଶ୍ୱର ମନ୍ଦିରରେ ଗତ ଶିବରାତ୍ରୀ ସୋମବାର ସନ୍ଧ୍ୟାରେ ହେଉଥିବା ଆଦିବାସୀ ନାଟ ଦେଖିବା ପାଇଁ ବାଲିମେଳା ସହରରୁ ଦୁଇ ଜଣ ଯୁବକ ଯାଇଥିଲେ।ଇତି ମଧ୍ୟରେ ସେଠାରେ କୌଣସି କାରଣରୁ ଚିତା ପାରି-୧ ଗ୍ରାମର ସୁକୁ ଭୂମିଆ ଓ ରବି ହନ୍ତାଳଙ୍କ ସହ ଏହି ଦୁଇ ଯୁବକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।ତା ପରଦିନ ଚିତାପାରି-୧ ଗ୍ରାମର ସୁକୁ ଓ ରବି କୌଣସି କାମରେ ବାଲିମେଳା ସହରକୁ ଆସିଥିବା ଦେଖି ବାଲିମେଳା ସହରର ଦୁଇ ଜଣ ଯୁବକ ତାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସୁକୁ ଓ ରବି ଗୁରୁତର ଆହତ ହୋଇଥିଲେ।ଏ ସମ୍ପର୍କରେ ଖବର ପାଇବା ପରେ ଚିତାପାରି -୧ ଗ୍ରାମବାସୀଙ୍କ ସମେତ ସଦାଶିବପୁର, ବାଲି କଲୋନୀ,ପୁରୁଣା ବାଲିମେଳା ଏପରି ବିଭିନ୍ନ ଗ୍ରାମରୁ ଶତାଧିକ ଲୋକେ ଆସି ଘଟଣାରେ ସମ୍ପୃକ୍ତ ଥିବା ବାଲିମେଳାର ଦୁଇ ଜଣ ଯୁବକଙ୍କୁ ଗିରଫ କରିବାକୁ ପୋଲିସ ନିକଟରେ ଦାବୀ କରିଥିଲେ। ଏନେଇ ସୁକୁ ଭୂମିଆ ଗତ ୧୮-୨-୨୦୨୬ ରେ ଓର୍କେଲ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର-୫୧/୨୦୨୬ ରେ ଏକ ମାମଲା ରୁଜୁ କରିବା ସହିତ ଏସଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଏହି ଘଟଣାର ତଦନ୍ତ ଜାରୀ ରଖିଥିଲେ।ଘଟଣା ଦିନଠାରୁ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଯୁବକ କେଉଁ ଆଡେ ଫେରାର ହୋଇଯାଇଥିଲେ।ଏସଆଇ ଅଜିତଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରଖିଥିଲେ। ବାଲିମେଳା ଏହି ଘଟଣାରେ ସମ୍ପୃକ୍ତ ଥିବା ବାଲିମେଳା ସହରର ପିଣ୍ଟୁ ବାଘକୁ ମଙ୍ଗଳବାର ପୋଲିସର ଏହି ସ୍ୱତନ୍ତ୍ର ଟିମ କୁଡୁମୁଳୁଗୁମ୍ମା ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଧିରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


