ସମ୍ବଲପୁର/ବରପାଲି:ତା-୧୭/୦୩ (ବିଏମସି ଟିଭି ଓଡିଆ)
କବିତୀର୍ଥ ବରପାଲିରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛ। ଗଙ୍ଗାଧର ମେହେର କ୍ଲବର ସଭାପତି ନରେନ୍ଦ୍ର କୁମାର ହୋତାଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୯ ତାରିଖ ଗୁରୁବାର ସକାଳେ ସମାଧିରେ ଦ୍ଵୀପ ଓ ପୁଷ୍ପାଞ୍ଜଳି ଦେବା ପରେ ସନ୍ଧ୍ୟାରେ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଓ ମୁଖ୍ୟବକ୍ତା ଭାବେ ବବ୍ରୁବାହନ ମହାପାତ୍ର ଓ ସମ୍ମାନିତ ବକ୍ତା ଭାବେ ମିନତୀ ମିଶ୍ର ଯୋଗ ଦେବେ ବୋଲି କର୍ମକର୍ତ୍ତାଙ୍କ ସୂତ୍ରରୁ ପ୍ରକାଶ।ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଉପସ୍ଥିତ ରହି ସକ୍ରୀୟ ଭୂମିକା ନିର୍ବାହ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଉପଲକ୍ଷେ ପ୍ରସ୍ତୁତି ବୈଠକ


