କୋରାପୁଟ: ତା -୧୮/୦୩(ବିଏମସି ଟିଭି ଓଡ଼ିଆ)
ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡା. ମୃଣାଳିନୀ ଦର୍ଶୱାଲ, ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, DSWO, ଜ୍ୟୋସ୍ନା ପାଢ଼ୀ, ସବିତା ସାମଦର (PO-cum-PO, SHEW ଓ DHEW staff ମାନେ ସଖୀ One Stop Centre (OSC) କୋରାପୁଟକୁ ଭ୍ରମଣ କରିଥିଲେ. ଭ୍ରମଣ ସମୟରେ ସେମାନେ ସଖୀର ମୁଖ୍ୟ ପରିଚାଳିକା ଶର୍ମିଷ୍ଠା ଦାଶ ଏବଂ ସଖୀ OSC ର କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ କେନ୍ଦ୍ରର କାର୍ଯ୍ୟପ୍ରଣାଳୀ ଓ ପୀଡ଼ିତାମାନଙ୍କୁ ଦିଆଯାଉଥିବା ମନୋ-ସାମାଜିକ ପରାମର୍ଶ, ଆଇନ ସହାୟତା, ଆଶ୍ରୟ, ଚିକିତ୍ସା ସହାୟତା ଓ ଅନ୍ୟାନ୍ୟ ସେବା ବିଷୟରେ ଅବଗତ ହୋଇଥିଲେ। ସେମାନେ ସଖୀ OSC ର ବିଭିନ୍ନ କକ୍ଷ ଓ ବ୍ୟବସ୍ଥାକୁ ପରିଦର୍ଶନ କରିଥିଲେ ଏବଂ କେନ୍ଦ୍ରର କାର୍ଯ୍ୟ ପ୍ରତି ସନ୍ତୋଷ ଓ ପ୍ରଶଂସା ପ୍ରକାଶ କରିଥିବା ସହ ଆଗାମୀ ଦିନରେ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ। ଓ ମୂଖ୍ୟ ପରିଚାଳିକା ଶର୍ମିଷ୍ଠା ଦାଶ ଓ ତାଙ୍କର ଟିମ ଙ୍କର କାଯ୍ୟଦକ୍ଷତା କୁ ଉଚ୍ଚ ପ୍ରଶଂସା କରିଥିଲେ l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା


