ବୋଲଗଡ: ତା – ୧୯/୦୩(ବିଏମସି ଟିଭି ଓଡ଼ିଆ)
ବୋଲଗଡ ବ୍ଲକ୍ ସ୍ଥାନୀୟ ପନ୍ଦରଦୋଳ ପଡ଼ିଆରେ ୧୨ବର୍ଷ ଧରି ଆରମ୍ଭ ହେଉଥିବା ଅମୃତ ଉତ୍ସବ ୨୦୨୬ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ପୃଥିବୀ ବାଲ୍ଧବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୁନାଲି ସାହୁ , ବୋଲଗଡ ଅଗ୍ନିଶ୍ରମ ବିଭାଗ ଅଧିକାରୀ ବିବେକାନନ୍ଦ ଦାସ ପ୍ରମୁଖ ଯୋଗଦେଇଥିଲେ ।ଏହି ଅବସରରେ ସଙ୍ଗୀତଜ୍ଞ ସୁମନ୍ତ କୁମାର ଦାସ , ବରିଷ୍ଠ ନାଟ୍ୟକାର ହାଡିବନ୍ଧୁ ଦତ୍ତ , ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ଦାଶ , ପ୍ରସନ୍ନ କୁମାର ସ୍ବାଇଁ, ଦିଲ୍ଲୀପ କୁମାର ଚୌଧୁରୀ , ମନୋରଞ୍ଜନ ମିଶ୍ର , ରାଜେନ୍ଦ୍ର କୁମାର ରାମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମନୋରମ ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରାୟୋଜିତ ଲୋଇସିଙ୍ଗାର ସଙ୍ଗୀତ ସାଧନା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ , କଟକ ସୁରମନ୍ଦିର ପକ୍ଷରୁ ଓଡ଼ିଶୀ ନୃତ୍ୟ , ପାର୍ଥାନା ଚ୍ୟାନେଲ ବିଜେତା ସାଇ ସୌମ୍ୟକାନ୍ତ ନୃତ୍ୟ , ଭୁବନେଶ୍ୱର ମଦନ ମୋହନ ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଶ୍ରୀକାନ୍ତ ନାୟକ ସଂଯୋଜନା କରିଥିବା ବେଳେ ଅବିନାଶ ସୁବୁଦ୍ଧି , ଆଇନିଯିବି ସୁଶ୍ରୀ ଗୌରୀ ଦେବୀ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଅମୃତ ଉତ୍ସବ କମିଟିର ସମ୍ପାଦକ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ବୋଲଗଡ ରୁ ରୁଦ୍ର ମାଧବ ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


