ବଲାଙ୍ଗୀର/ମୁରିବାହାଲ ; ତା – ୨୫-୦୩ ( ବିଏମସି ଟିଭି ଓଡ଼ିଆ )
ଜଳ ହିଁ ଜୀବନ , ଜଳ କୁ ନେଇ ଉଭୟ ଡବଲ ଇଞ୍ଜିନ ସରକାର ଶାସନ କୁ ଏତେ ଦିନ ବିତି ଯାଇଥିଲେ ସୁଦ୍ଧା ଟୋପାଏ ପାଣି ପାଇଁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି । ନେତା,ମନ୍ତ୍ରୀ ଙ୍କ ଠୁଁ ବିଭାଗୀୟ ଅଧିକାରୀ ମାନେ ବଡ , ବଡ ବୟାନ ବାଜି କରି ଆସୁଥିବା ବେଳେ ସବୁ ପାଣି ର ଗାର ପାଲଟିଛି । ଏପରିକି ବିଭାଗୀୟ ମନ୍ତ୍ରୀ ରବି ନାଏକ ଚର୍ଚ୍ଚା ରେ ଥିବା ତତଲାଗଡ ରୁପେ ପରିଚିତ ଟିଟିଲାଗଡ କୁ ସ୍ବତନ୍ତ୍ର ଗସ୍ତ କରି ଆସି ଚାଲିଇଥିଲେ । ପୂର୍ବ ସରକାର ଙ୍କ ସବୁ ଦୋଷ , ଦୁର୍ବଳତା ଦୁର୍ନୀତି କରିଥିବା ବେଳେ ଏବେ ସବୁ ସମସ୍ୟା ର ସମାଧାନ ହେବ ବୋଲି ନିର୍ଭର ପ୍ରତିଶୃତି ଦେଇ ଯାଇଥିଲେ ସିନା କିଛି ସୁଫଳ ମିଳିନାହିଁ । ବିଶେଷ ଦ୍ରଷ୍ଟବ୍ୟ ଯେ , ୫୦ ଡିଗ୍ରୀ ତାପମାତ୍ରା କୁ ଛୁଇଁ ଥିବା ଟିଟିଲାଗଡ ସବ ଡ଼ିଭିଜନ ଅଞ୍ଚଳ ରେ କୋଟି , କୋଟି ଟଙ୍କା ର ବଡ , ବଡ ଓଭର ହ୍ୟାଡ ଟ୍ୟାଙ୍କ ଓ ସୂଚନା ଫଳକ ମାନ ନିର୍ମାଣ କରି ଦେଇ କାଗଜ , କଲମରେ ସବୁ ଅର୍ଥ ହଡପ ହୋଇଛି । ସାଧାରଣ ଲୋକ ଗ୍ରୀଷ୍ମ ପ୍ରବାହ ଆରମ୍ଭ ରୁ ପାଣି ପାଇଁ ଡହଳ ବିକଳ ହୋଇ ଚାଲିଛନ୍ତି । ବିଶେଷ ଦ୍ରଷ୍ଟବ୍ୟ ଯେ , ଏହି ସବ ଡ଼ିଭିଜନ ର ଅଧିବାସୀ , ଅଧ୍ୟୁଷିତ ମୁରିବାହାଲ ବ୍ଲକ ଅଞ୍ଚଳ ଲୋକେ ପାଣି ନ ପାଇ ବୋତଲ ପାଣି ଓ ଚାନ୍ଦା ଆଦାୟ କରି ୨ ହଜାର ଟଙ୍କା ଲେଖାଏଁ ଦେଇ ଟ୍ୟାଙ୍କର ପାଣି ବ୍ୟବହାର କରୁଛନ୍ତି ।

ନାମକୁ ମାତ୍ର ବଡ ବଡ ପାଣି ଟାଙ୍କି ଥାଇ ତାହା କାର୍ଯ୍ୟକ୍ଷମ କରା ଯାଉ ନାହିଁ । ଏ ନେଇ ବିଗତ ଦିନରେ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ଏହି ସମସ୍ୟା ର ସମାଧାନ କରି ଦିଆଯିବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରସାନ୍ତ ବାଗେ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ସାଂସଦ ତଥା ଆଦିବାସୀ ନେତା ନିରଞ୍ଜନ ବିଶି ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ କରି କଡ଼ା ତାଗିଦ୍ କରିଥିଲେ । ହେଲେ ମାସ ସରିଲାଣି ସିନା ଉକ୍ତ ମୁରିବାହାଲ ବ୍ଲକ ଦାଇତ୍ୱ ରେ ଥିବା ମୂଖ୍ୟ ଯନ୍ତ୍ରୀ ବିଶ୍ୱଜିତ୍ ଜେନା ଏ ଦିଗରେ ସମ୍ପୂର୍ଣ୍ଣ ଅବହେଳା ମନୋଭାବ ପ୍ରଦର୍ଶନ ସହ ଗାବ ହୋଇ ଯାଇଥିବା ନିଜ ସରକାରୀ ଫୋନ୍ ଉଠାଉ ନ ଥିବା ନେଇ ତିବ୍ର ଜନ ଅସନ୍ତୋଷ ବୃଦ୍ଧି ସହ ବ୍ଲକ ବାସି ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କଲେଣି । ଉକ୍ତ ଅଧିକାରୀ କାର୍ଯ୍ୟାଳୟ ରେ ନ ରହି ବ୍ୟକ୍ତିଗତ କାର୍ଯ୍ୟ ରେ ବ୍ୟସ୍ତ ରହିବା ସହିତ ସାଧାରଣ ଲୋକ ଙ୍କ ଏଭଳି ଦୟନୀୟ ସମସ୍ୟା ନେଇ ଖାମ , ଖିଆଲ ମନୋଭାବ ପ୍ରଦର୍ଶନ କରୁଥିବା ଯୋଗୁଁ ଧାର୍ଯ୍ୟ ୩୦ ତାରିଖ ସୁଦ୍ଧା ପାନୀୟ ଜଳ ଯୋଗାଣ ସମସ୍ୟା ଆଉ ଉତ୍କଟ ରୂପ ଧାରଣ କରିଛି । ସରକାରୀ ଭାବେ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ନ ହେଲେ ଉକ୍ତ ଅଧିକାରୀ ଙ୍କ ବିରୋଧ ରେ କଡ଼ା କାର୍ଯାନୁଷ୍ଠାନ ଗ୍ରକରାଯିବ ବୋଲି ନିୟମ ଥିବା ବେଳେ ତାଙ୍କ ବିରୋଧ ରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ବିଭିନ୍ନ ମହଲ ରୁ ଦୃଢ଼ ଦାବୀ ହୋଇଛି । ଏପରି କି ନିଜ ସରକାରୀ ବରିଷ୍ଠ ଅଧିକାରୀ ଙ୍କ ଫୋନ ମଧ୍ୟ ଉଠାଉ ନ ଥିବା ବେଳେ ସାଧାରଣ ଲୋକ କାହାକୁ ଗୁହାରି କରିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବିଭାଗୀୟ ଅଧିକାରୀ ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏ ସ୍ଥିତି ସୃଷ୍ଟି କରିଥିବା ଏହି ମୁରିବାହାଲ ମୁଖ୍ୟ ଯନ୍ତ୍ରୀ ଙ୍କୁ ତୁରନ୍ତ ଆବଶ୍ୟକୀୟ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ସହ ସାଧାରଣ ଲୋକ ଙ୍କ ସମସ୍ୟା ର ପ୍ରତିକାର ତୁରନ୍ତ ହେବ ସେ ନେଇ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି ।


