ବାଲିମେଳା ; ତା-୨୬/୦୩ (ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ଠାରେ ଥିବା ପୁରାତନ ମନ୍ଦିର ମା ଦଣ୍ଡକାଳୀ ଙ୍କ ଝାମଯାତ୍ରା ବା ଦଣ୍ଡଯାତ୍ରା ପାଇଁ ଆଜି ବେଲ ବରଣ କରି ଶୁଭ ଖୁଣ୍ଟ ମା ଦଣ୍ଡକାଳୀ ମନ୍ଦିର ରେ ସ୍ଥାପନ କରାଯାଇଅଛି । ଘଣ୍ଟ ଢୋଲ ସାଙ୍ଗକୁ ମହୁରୀର ତାଳେ ତାଳେ ସହର ପରିକ୍ରମା କରି ଶୁଭ ଖୁଣ୍ଟ ଅଣାଗଲା ।

ଆସନ୍ତା ମାସ ଏପ୍ରିଲ ୨ ତାରିଖ ରେ ମାଙ୍କ ଦଣ୍ଡଯାତ୍ରା ବାହାରି ଅବିଭକ୍ତ କୋରାପୁଟ ଜିଲ୍ଲା ର ଗୋବିନ୍ଦପାଲି, ବୌପାରିଗୁଡ଼ା,ସୁନାବେଢ଼ା,ଦାମନଯୋଡି, ବୋରିଗୁମ୍ମା ଓ ପାପଡ଼ାହଣ୍ଡି ବିଭିନ୍ନ ସହର ଯାତ୍ରା କରିବା ପରେ ସ୍ଥାନୀୟ ବାଲିମେଳା ସହରରେ ଏପ୍ରିଲ ୧୩ତାରିଖ ଦିନ ପଣା ସଂକ୍ରାନ୍ତି ଦିନ ଦଣ୍ଡ ଯାତ୍ରା ଉଦଯାପନ ହେବ ।

ଏହି ଦଣ୍ଡ ଯାତ୍ରା ଗଞ୍ଜାମ ରୀତି ନୀତି ଅନଯାୟୀ ଅନୁଷ୍ଠିତ ହୋଇ ଆସୁଅଛି । ଦଣ୍ଡ ଯାତ୍ରା ର ସଭାପତି ଭାବେ ଗଜେନ୍ଦ୍ର ମହାନ୍ତି ଥିବା ବେଳେ ସମ୍ପାଦକ ବାବୁଲା ଡାକୁଆ ଓ କୋଷାଧ୍ୟକ୍ଷ ଭାବେ ପିତାମ୍ବର ଭୂୟାଁ ଅଛନ୍ତି। ଆଜି ଶୁଭ ଖୁଣ୍ଟ ଆଣିବା ସମୟରେ କମିଟିର ସମସ୍ତ ସଦସ୍ୟ ଙ୍କ ସହ ପ୍ରାୟ ୩୦ ରୁ ୪୦ ଭୁଗୁତା ଓ ଭକ୍ତ ଉପସ୍ଥିତ ଥିଲେ ।

ମାଲକାନଗିରି ଜିଲ୍ଲା ବାଲିମେଳା ରୁ ଦିଲ୍ଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡି଼ଶା।



