ରାୟଗଡ଼ ; ତା-୦୧/୦୭ ( ବିଏମସି ଟିଭି ଓଡ଼ିଆ)
ରାୟଗଡ଼ ବ୍ଲକରେ କାର୍ଯ୍ୟରତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଙ୍ଗଳବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏଥି ନିମନ୍ତେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ୧୯୮୬ ମସିହାରୁ କାଶୀପୁର ବ୍ଲକର ଡି କରଳ ରୁ ନିଜ ଚାକିରି ଜୀବନ ପ୍ରାରମ୍ଭ କରି କଲ୍ୟାଣ ସିଂହ ପୂର ଓ ରାୟଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ସହକାରୀ ଓ ପ୍ରଧାନ ଶିକ୍ଷକ ଭାବେ ସେବା ପ୍ରଦାନ କରି ଅନେକ ପ୍ରଶଂସାର ଅଧିକାରୀ ହୋଇପାରିଛନ୍ତି। ୨୦୨୧ ମସିହାରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରୂପେ ରାୟଗଡ଼ ବ୍ଲକରେ କାର୍ଯ୍ୟରତ ଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷାଅଧିକାରୀ ଭଜନଲାଲ ମାଝୀ ଛବିଲାଲ ସିଂଙ୍କୁ ସମ୍ବର୍ଦ୍ଧିତ କରିବା ସହ ଚୂଡାନ୍ତ ପେନସନ ଆଦେଶ ପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ର କର୍ମକର୍ତ୍ତା, ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏବଂ ବିଭିନ୍ନ ବିଦ୍ୟାଳୟ ତରଫରୁ ଶ୍ରୀ ସିଂ ଙ୍କୁ ପ୍ରଶସାର ସୁଅ ଛୁଟିବା ସହ ସମ୍ବର୍ଦ୍ଧିତ କରାଯାଇଛି। ନିରବଚ୍ଛିନ୍ନ ଭାବରେ ଶିକ୍ଷା ଶିକ୍ଷକ ଓ ଶିକ୍ଷାୟତନ ର ବିକାଶ ନିମନ୍ତେ ଅକ୍ଲାନ୍ତ ପରିଶ୍ରମର ଫଳ ସ୍ୱରୂପ ଆଜି ମୁଁ ଅବସର ଦିବସରେ ମୋର ଚୂଡାନ୍ତ ପେନସନ ପାଇ ପାରିଛି ବୋଲି କହିବା ସହ ଉତ୍ତମ ସହଯୋଗ ପାଇଁ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ମାଝୀ ଓ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅପରପକ୍ଷେ ଭଜନଲାଲ ମାଝୀ ରାୟଗଡ଼ ବ୍ଲକ ଶିକ୍ଷାଅଧିକାରୀ ରୂପେ ଅତିରିକ୍ତ ଦାୟୀତ୍ୱ ନେବାପରେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସର ଦିବସରେ ଚୂଡାନ୍ତ ପେନସନ ପ୍ରଦାନ କରି ବିଭିନ୍ନ ବିଭାଗ ପାଇଁ ଉଦାହରଣ ସାଜିଥିବାରୁ ଶିକ୍ଷକଙ୍କ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି । ଜିଲ୍ଲାର ସମସ୍ତ ବ୍ଲକରେ ଏହା କାର୍ଯ୍ୟକ୍ଷମ ଯେପରି ହୋଇପାରିବ ସେଥିପାଇଁ ଚେଷ୍ଟା ଜାରି ରହିଛି ବୋଲି ଜିଲ୍ଲା ଶିକ୍ଷାଅଧିକାରୀ ଭଜନଲାଲ ମାଝୀ କହିଛନ୍ତି ।

ରାୟଗଡାରୁ ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।



