ବୋଲଗଡ଼, ତା-୨୯/୧୧ (ବିଏମସି ଟିଭି ଓଡ଼ିଆ )
ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ, ପ୍ରଧାନ ଶିକ୍ଷୟତ୍ରୀ ଯାଗ୍ୟସେନୀ ସାହୁଙ୍କ ତତ୍ବାବଧାନରେ ଓ ଷ୍କାଉଟ ଗାଇଡ୍ ଶିକ୍ଷକ ଅମୀୟ କୁମାର ମଙ୍ଗରାଜ ଏବଂ ଜୁନିୟର ରେଡକ୍ରସ୍ ଶିକ୍ଷୟତ୍ରୀ ଅନୀତା ପ୍ରିୟଦର୍ଶିନୀ ପ୍ରମୁଖଙ୍କ ମିଳିତ ଆବାହକତ୍ଵରେ ଶନିବାର ଦିନ ସଡ଼କ ସୁରକ୍ଷା, ଜୀବନ ରକ୍ଷା ଅଭିଯାନ ବୋଲଗଡ଼ ସ୍ଥିତ ତହସିଲ ଛକ ଠାରେ ପାଳନ କରାଯାଇ ଅଛି। ଏହି ଅଭିଯାନ ରେ ଜୁନିୟର ରେଡକ୍ରସ୍ ର ୧୬ଜଣ ଶିକ୍ଷାର୍ଥୀ ଓ ଷ୍କାଉଟ ଗାଇଡ୍ ର ୩୬ଜଣ ଶିକ୍ଷାର୍ଥୀ ମିଳିତ ଭାବେ” ସଡ଼କ ସୁରକ୍ଷା, ଜୀବନ ରକ୍ଷା” ଅଭିଯାନ ରେ ସାମିଲ ହୋଇଥିଲେ।

ଶିକ୍ଷୟତ୍ରୀ ସଶ୍ମିତା ସାହୁ, ଅର୍ପିତା ଶୁଭଦର୍ଶିନୀ, ଶିକ୍ଷକ ହେମନ୍ତ କୁମାର ସାହୁ ଓ କର୍ମଚାରୀ ଶିବପ୍ରସାଦ ମିଶ୍ର ପ୍ରମୁଖଙ୍କ ମିଳିତ ସହଯୋଗ ରେ ୫୨ଜଣ ଶିକ୍ଷାର୍ଥୀ ୫୭ନମ୍ବର ଖୋଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ର ବୋଲଗଡ଼ ସ୍ଥିତ ଗୋପବନ୍ଧୁ ଛକ ଠାରେ ଯାନବାହାନ ରେ ବିନା ହେଲମେଟ ଯାତାୟତ କରୁଥିବା ଯାତ୍ରୀ ମାନଙ୍କୁ ଫୁଲତୋଡ଼ା ଓ ଚକୋଲେଟ୍ ଦେଇ ହେଲମେଟ ବ୍ଯବହାର କରିବା, ଦ୍ରୁତ ଗତି ରେ ଗାଡୀ ନ ଚଲାଇବା, ଗାଡୀ ଚଲାଇବା ସମୟରେ ମୋବାଇଲ ବ୍ଯବହାର ନ କରିବା ଓ ନିଜ ଜୀବନ ରକ୍ଷା ପାଇଁ ସଚେତନ ହେବାକୁ ଶିକ୍ଷାର୍ଥୀ ମାନେ ଅନୁରୋଧ କରିଥିଲେ। ” ସଡ଼କ ସୁରକ୍ଷା ଜୀବନ ରକ୍ଷା ” ହୋଇଥିବା ରୁ ପ୍ରତ୍ୟେକ ଗାଡୀ ଚାଳକମାନେ ରାଜ୍ଯ ପରିବହନ ବିଭାଗର ଆଇନ, ନିର୍ଦ୍ଦେଶ ଓ ଆଦେଶ କୁ ମାନିବା ଉଚିତ୍ ବୋଲି ଗାଇଡ୍ ଶିକ୍ଷକ ଅମୀୟ କୁମାର ମଙ୍ଗରାଜ ଓ ଶିକ୍ଷୟତ୍ରୀ ଅନୀତା ପ୍ରିୟଦର୍ଶିନୀ ପରାମର୍ଶ ଦେଇଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା।


