ସମ୍ବଲପୁର/ବରପାଲି ; ତା.୨୯/୦୫ (ବିଏମସି ଟିଭି ଓଡିଆ)
ବରଗଡ ଜିଲ୍ଲା ବରପାଲି ସ୍ଥିତ ଗଙ୍ଗାଧର କଲ୍ୟାଣ ମଣ୍ଡପ ପରିସରରେ ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ କର୍କଟ ରୋଗ ସଚେତନତା ଶିବିର ସଂଘର ସଭାପତି ଚିତ୍ତରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅଦ୍ୟ ୨୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟଅତିଥି ଭାବେ ବିକାଶ ମଲ୍ଟି ହସ୍ପିଟାଲର ଏଚଓଡି ସର୍ଗିକକାଲ୍ ଡକ୍ଟର ଭରତ ଚନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥି ଭାବରେ ଶ୍ରୀମତି ପ୍ରତିଭା ବାରିକ, ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର, ତହସିଲଦାର ରୁକ୍ମଣ କୁମାର ମେହେର, ଏନଏସି ଅଧ୍ୟକ୍ଷ ଦିନେଶ ଗହିର, ବ୍ଲକ ଅଧ୍ୟକ୍ଷା ରିନା ଥଇତ, ବରପାଲି ଥାନା ଅଧିକାରୀ ପ୍ରମୋଦ କୁମାର ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର, ଡାକ୍ତର ରାଜେଶ କୁମାର ବେହେରା, ଡାକ୍ତର ନିମାଇଁ ଚରଣ ସାହୁ ଓ ମହିଳା କଲେଜ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶ ଯୋଗଦାନ କରି କର୍କଟ ରୋଗ ଅଧିକ ସଂକ୍ରମଣ ନହେବ ଏବଂ ସରକାରଙ୍କ ତରଫରୁ ଦିଆଯାଇଥିବା କର୍କଟ ରୋଗର ଟୀକା ଅଧିକରୁ ଅଧିକ ପରିମାଣରେ ୯ ବର୍ଷରୁ ଉର୍ଦ୍ଧ ଯୁବତୀମାନଙ୍କୁ ଟୀକା ଦେବା ସହିତ କେନ୍ସର ଜାତୀୟ ସଂକ୍ରମଣରୁ ବଞ୍ଚିତ ହେବା ପାଇଁ ଉପସ୍ଥିତ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମେ ମାଆ ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ୱଳନ କରିଥିଲେ।

ଏହି ଶିବିରରେ ବରିଷ୍ଠ ସାମ୍ୱାଦିକ ବାଲ କିଶୋର ଖାଡ଼ଙ୍ଗା ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରଙ୍କୁ ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଶିବିରରେ ମାରୱାଡ଼ି ମହିଳା ସଂଘ, ସରସ୍ବତୀ ମହିଳା ସଂଘ, ବରପାଲି ବ୍ଲକ ଓ ଏନଏସିର ସମସ୍ତ ଆଶା, ଅଙ୍ଗନୱାଡ଼ି, ସମସ୍ତ ସ୍ଵାସ୍ଥ୍ୟ କର୍ମୀ, ସ୍ଵାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ, ବରପାଲି ସାମ୍ୱାଦିକ ସଂଘ, ବରଗଡ ଫାଇଟର୍ସ୍ ଗ୍ରୁପର ସୁନିଲ ଶର୍ମା, ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ସମାଜସେବୀ ନିବେଦିତା ସ୍ବାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


