ମାଲକାନଗିରି ; ତା-୦୪/୦୫ ( ବିଏମସି ଟିଭି ଓଡ଼ିଆ)
ଜଣେ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ବରଂ ଏକ ସୁସ୍ଥ ସମାଜ ଓ ଗୋଟିଏ ପୂରା ପିଢ଼ି ଗଢ଼ନ୍ତି। ଏହି କଥାକୁ ପ୍ରମାଣିତ କରିଛନ୍ତି ମାଲକାନଗିରି ବ୍ଲକ ସେରପାଲି ପଞ୍ଚାୟତ ଅନ୍ତର୍ଗତ ମିଛୁଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମ ଡୁରୁକା। ଦୀର୍ଘ ୩୮ ବର୍ଷର ନିରବଚ୍ଛିନ୍ନ ସେବା ପରେ ସେ ଆଜି ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଗ୍ରାମବାସୀ ଓ ବିଦ୍ୟାଳୟ ପରିବାର ପକ୍ଷରୁ ତାଙ୍କୁ ଏକ ଭବ୍ୟ ତଥା ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ମିଛୁଆ ଗୁଡା ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମମତା ଖମାରୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସହକାରୀ ଶିକ୍ଷା ଅଧିକାରୀ ଅଶ୍ୱିନୀ କୁମାର ମାଝୀ ଉପସ୍ଥିତ ଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଜୟ କୁମାର ବିଶ୍ୱାସ ସଭାରେ ସଭାପତିତ୍ୱ କରିଥିଲେ। ଅନ୍ୟତମ ଅତିଥି ଭାବେ ଗୋପଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରୀଯୁକ୍ତ ଦାମୋଦର ଦୁରୁକା, କାଲିମେଳା ବୃତିଗୁଡ଼ା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଖଣ୍ଡପାତ୍ର ଏବଂ ସେରପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନିଗୋପାଲ ଦାସ ପ୍ରମୁଖ ଯୋଗ ଦେଇ ଶ୍ରୀ ଡୁରୁକାଙ୍କ ଶିକ୍ଷାଦାନ ଶୈଳୀ ଓ ନିଷ୍ଠାର ପ୍ରଶଂସା କରିଥିଲେ।
ଏହି ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ରାମଚନ୍ଦ୍ର ଦୁରୁକା, ୱାର୍ଡ ମେମ୍ବର ଗୁରୁଚରଣ ମାଡକାମି, ମାନସ ରଞ୍ଜନ ମହାପାତ୍ର ଏବଂ ମ୍ୟୁନିସିପାଲିଟି ସି ଆର୍ ସି ସି ସରୋଜ କୁମାର ସାହୁ ସାମିଲ ହୋଇଥିଲେ। ସେହିପରି ବିଭିନ୍ନ କ୍ଲଷ୍ଟରର ସି ଆର ସି ସି ମନିଷା ଦାସ (ତମସା), ଅମୃତ ବିଶ୍ୱାସ (ମାର୍କାପାଲି) ଓ ସୂର୍ଯ୍ୟକାନ୍ତ ପଟେଲ (ପେଡାୱାଡା) ଉପସ୍ଥିତ ରହି ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅମୃତଲାଲ ସରକାର (ପ୍ରଧାନ ଶିକ୍ଷକ, ଟାଙ୍ଗିଣିଟାଙ୍ଗ), ଗୁରୁଚରଣ ବୁଟା, ପାଡିଆ କାବାସୀ, ଦଳିରାଣୀ ବାଛର (ପ୍ରଧାନ ଶିକ୍ଷକ, ସେରଗିଗୁଡା), ସୁଶାନ୍ତ ଜେନା (ପ୍ରଧାନ ଶିକ୍ଷକ, ଏମ ଭି-୯୩), ସାଧନ ବାଛର (ପ୍ରଧାନ ଶିକ୍ଷକ, ମିଛୁଆଗୁଡା), କେଦାରନାଥ ମହାକୁଣ୍ଡ (ପ୍ରଧାନ ଶିକ୍ଷକ, ପଦରପାଲି), ନାନୁମା ମଲ୍ଲିକ (ପ୍ରଧାନ ଶିକ୍ଷକ, ନାୟକଗୁଡା), ମନୁପ୍ରଭା ରାଉତ (ପ୍ରଧାନ ଶିକ୍ଷକ, ଭାଲିଆଗୁଡା) ଏବଂ ବିପୁଳ ବିଶ୍ୱାସ (ପ୍ରଧାନ ଶିକ୍ଷକ, ସେରପାଲି) ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଶ୍ରୀ ଡୁରୁକାଙ୍କ ସହ ନିଜର ସ୍ମୃତି ବାଣ୍ଟିଥିଲେ।
ଶ୍ରୀ ଡୁରୁକାଙ୍କୁ ବିଦ୍ୟାଳୟରୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ ସମୂହ ଭୋଜିର ଆୟୋଜନ ହୋଇଥିଲା। ଏହି ସମଗ୍ର କାର୍ଯ୍ୟକ୍ରମକୁ କ୍ଲଷ୍ଟର ଯୁବ ଶିକ୍ଷକ ଅର୍ଜୁନ ପାଡିଆମି, ହିମାଂଶୁ ଶେଖର ମାଝୀ, ପରୀକ୍ଷିତ କାଣ୍ଡି, ଲକ୍ଷ୍ମଣ କୁମାର ବେହେରା, ସୁଶାନ୍ତ ଜେନା, ରମେଶ ଚନ୍ଦ୍ର ବେହେରା, କୃଷ୍ଣ ସାହୁ, ସରୋଜ କୁମାର ସାମଲ, ସୋମନାଥ ଦୁରୁକା ଓ ମୁକେଶ ବୁଡେକ ପ୍ରମୁଖ ପରିଚାଳନା କରିଥିଲେ। ଅବସର ପରେ ମଧ୍ୟ ଅଞ୍ଚଳର ପିଲାଙ୍କୁ ଶିକ୍ଷାଦାନ ଜାରି ରଖିବେ ବୋଲି ଶ୍ରୀ ଡୁରୁକାଙ୍କ ପ୍ରତିଶ୍ରୁତି ଗ୍ରାମବାସୀଙ୍କୁ ଭାବବିହ୍ୱଳ କରିଥିଲା।

ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।


