ବଲାଙ୍ଗୀର ;ତା-୧୪/୦୬(ବିଏମସି ଟିଭି ଓଡିଆ)
କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ଦ୍ୱାରା ଆଦିବାସୀ ସମାଜ ସମ୍ପର୍କରେ ଦିଆଯାଇଥିବା ଆଦିବାସୀ ଦୂଷିତ ଅପମାନଜନକ ମନ୍ତବ୍ୟକୁ ନେଇ ବିବାଦ ତୀବ୍ର ରୂପ ଧାରଣ କରିଛି। ଆଜି ପାଟଣାଗଡ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ବିଧାୟକ ଶ୍ରୀ ବାଗଙ୍କ ବିରୋଧରେ ଏକ ଏଫ୍ଆଇଆର୍ ଦାଖଲ କରାଯାଇଛି।
ଆଦିବାସୀ ସଂଘ, ପାଟଣାଗଡ ବ୍ଲକ ସଭାପତି ଶ୍ରୀ ଭୁବନେଶ୍ୱର କୁଅଁର ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ବିଧାୟକଙ୍କ କଟୁ ମନ୍ତବ୍ୟ ସମଗ୍ର ଆଦିବାସୀ ସମାଜର ମାନ ସମ୍ନାନ, ଇଜ୍ଜତ ମହତ,ମର୍ଯ୍ୟାଦା, ଓ ଅସ୍ମିତାକୁ କ୍ଷୁଣ୍ଣ ହୋଇଛି । ଗାଁ ଓ ସହର ରେ ଲୋକ ଆଦିବାସୀ ସମାଜର ଲୋକଙ୍କୁ ଘୃଣା, ଛି ଛାକର, ହୀନ ଦୃଷ୍ଟି ରେ ଦେଖିବେ ।ଆଦିବାସୀ ସମ୍ପ୍ରଦାୟ ର ମହିଳା ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।ଶ୍ରୀ କୁଅଁର କହିଛନ୍ତି ଯେ ଆଦିବାସୀ ସମାଜ ଦେଶର ଏକ ସମ୍ମାନିତ ଏବଂ ସାମ୍ବିଧାନିକ ଭାବେ ସ୍ୱୀକୃତ ସମ୍ପ୍ରଦାୟ। ଏପରି ସମ୍ପ୍ରଦାୟ ପ୍ରତି ବିଧାୟକ ଙ୍କ ଅପମାନଜନକ, ବେଆଇନ, ଅସମ୍ବିଧାନିକ ଟିପ୍ପଣୀ ଗ୍ରହଣୀୟ ନୁହେଁ। ତେଣୁ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ଆଇନ ୧୯୮୯ ଉପଯୁକ୍ତ ଆଇନଗତ ବ୍ୟବସ୍ଥା ଗ୍ରହଣ କରିବାକୁ ପୋଲିସ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି। ଥାନାରେ ଅଭିଯୋଗ ଦେବା ସମୟରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଅଭିଯୁକ୍ତ କୁ ଗିରଫ ନ କଲେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।


