ଢେଙ୍କାନାଳ ;ତା-୩୦/୦୮(ବିଏମସି ଟିଭି ଓଡ଼ିଆ )
ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନର ଉଦାସୀନ ମନୋଭାବ ତଥା ନେତା ମନ୍ତ୍ରୀ ଙ୍କର ବୈମାତୃକ ମନୋଭାବ ପାଇଁ ରାସୋଳ ସଭାଗୃହ ର ହୋଇ ପାରୁନି ରକ୍ଷଣାବେକ୍ଷଣ। ସଭାଗୃହ ପାଲଟିଛି ଭୁତ ଙ୍କ ବଙ୍ଗଳା। ଜନସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ରାସୋଳ ସଭାଗୃହର ଦୃଶ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ତଥା ଉଦବେଗ ଜନକ। ପୂର୍ବତନ ସାଂସଦ ଶ୍ରୀଯୁକ୍ତ ତଥାଗତ ଶତପଥୀ ଙ୍କ ସାଂସଦ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ ରେ ୨୦୦୮ ମସିହାରେ ରେ ନିର୍ମିତ ହୋଇ ଥିବା ସଭାଗୃହ ର ଅବସ୍ଥା ଦେଖିଲେ ଗ୍ରାମୀଣ ବିକାଶ ଦିଗରେ ସରକାର କେତେ ଯେ ଯତ୍ନବାନ ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼େ। ତେବେ ଆଞ୍ଚଳିକ ସ୍ତରରେ ବିଭିନ୍ନ ସାମାଜିକ କର୍ମ ଯଥା ବିବାହ, ବ୍ରତଘର, ସଭା, ଆଲୋଚନା, ରକ୍ତ ଦାନ ଶିବିର,ଚକ୍ଷୁ ଶିବିର ଭଳି ଅନେକ କାର୍ଯ୍ୟ ପାଇଁ ହୋଇଥିବା ଏହି ସଭାଗୃହ ଜନସାଧାରଣ ଙ୍କ କାମରେ ଆଉ ଲାଗୁନାହିଁ।ଏହି ସବୁ କାର୍ଯ୍ୟ ପାଇଁ ରାସୋଳ ଗ୍ରାମ ପଞ୍ଚାୟତ ତରଫରୁ ଧାର୍ଯ୍ୟ ଶୁଳ୍କ ମଧ୍ୟ ସ୍ଥିର ହୋଇଛି।ତେବେ ଗତ ୨୦୨୧/୨୨ ଆର୍ଥିକ ବର୍ଷରୁ କାହା ପାଖରୁ ଶୁଳ୍କ ଗ୍ରହଣ କରାଯାଉନଥିବା ବେଳେ ସଭାଗୃହ ର ରକ୍ଷଣାବେକ୍ଷଣ ବି ବନ୍ଦ ରହିଛି । ସଭାଗୃହ କୁ ବିଦ୍ୟୂତ ସରବରାହ ଅଛି,କିନ୍ତୁ ସ୍ବିଚ୍ ବୋର୍ଡ କେଉଁଠି ଭାଙ୍ଗି ଯାଇଛି ତ କେଉଁଠି ନାହିଁ,କୌଣସି ଲାଇଟ୍ ପଏଣ୍ଟ ରେ ବଲବ ନାହିଁ, ଏପରିକି ପାନୀୟ ଜଳ ର ସୁବିଧା ନାହିଁ। ସଭାଗୃହ ପରିସରରେ ଥିବା ଶୌଚାଳୟ ର ଅବସ୍ଥା ନକହିବା ଭଲ, ପାଇପ୍ ରେ ପାଣି ଆସୁନି ତ କେଉଁଠି ପାଇପ୍ ଭାଙ୍ଗି ଯାଇଛି, କାନ୍ଥ ରୁ ରଙ୍ଗ ଚୋପା ଛାଡ଼ିଲା ଭଳି ଛାଡ଼ି ଅତି କଦାକାର ଦେଖାଯାଉଛି ଏପରି ସ୍ଥଳେ ଜନୈକ ବାସହୀନ ବ୍ୟକ୍ତି ସଭାଗୃହ ସାମ୍ନା କୁ ନିଜର ବୋଲି ଭାବିନେଇ କବାଡି ଖାନ୍ନା ସଜେଇଛି। କିଛି ଦିନ ହେଲାଣି ସଭାଗୃହ ସାମ୍ନା ରେ ଇଟା ଗଦା ହୋଇଛି ତେବେ କିଏ କାହିଁକି ସଭାଗୃହ ଆଗରେ ଇଟା ରଖି ବାଟ ଅବରୋଧ କରୁଛି ?ସାଧାରଣ ରେ ଏବେ ବଡ଼ ପ୍ରଶ୍ନ ସଭାଗୃହ ତାହେଲେ କାହା ସ୍ବାର୍ଥରେ ଲାଗୁଛି। ଏତେ ଟଙ୍କା ଖର୍ଚ୍ଚ କରି ସଭାଗୃହ କରିବାର ମାନେ କଣ ? ଏଥି ନେଇ ରାସୋଳ ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରେ ସେ ଯାହା କୁହନ୍ତି ସଭାଗୃହର ରକ୍ଷଣା ବେକ୍ଷଣ ପଞ୍ଚାୟତ ଅଧୀନ ରେ ନୁହେଁ,ସଭାଗୃହ ର ଚାବି ମଧ୍ୟ ଆମ ପାଖରେ ନାହିଁ କାହା ପାଖରେ ଅଛି ଜଣା ନାହିଁ।ଆଗକୁ ରାସୋଳ ଏନ୍ଏସି ହେବ ପଞ୍ଚାୟତ ତରଫରୁ ରାସୋଳ ରେ ସଭାଗୃହ ଟେ ଅଛି ବୋଲି ସରକାରଙ୍କୁ ସୂଚନା ଦେଇଛୁ,ଏନ୍ଏସି ହେଲେ ଏସବୁ ଆପେ ହେବ ତା ସହିତ ଗ୍ରାମୀଣ ବିକାଶ ଦିଗରେ ବ୍ଲକ ଉନ୍ନୟନ ଅଧିକାରୀ ଉତ୍ତରଦାୟୀ।ବିଡ଼ିଓ ଙ୍କ ପ୍ରଚେଷ୍ଟା ରେ ସଭାଗୃହ ର ପୁନରୁଦ୍ଧାର କରାଯାଇପାରିବ।
ତେବେ ପ୍ରକାଶ ଥାଉ ସରକାର ଙ୍କ ଦ୍ଵାରା ରାସୋଳ ଏନ୍ଏସି ପ୍ରସଙ୍ଗକୁ ନେଇ ତିନିବର୍ଷ ହେଲାଣି ରାସୋଳ ଵାସୀଙ୍କୁ ଲଲିପପ୍ ଧରେଇଥିବା ବେଳେ ଆଜିର ଡବଲ ଇଞ୍ଜିନ୍ ବିଜେପି ସରକାର ପ୍ରତି ପଞ୍ଚାୟତକୁ ତିନିକୋଟି ଟଙ୍କା ଅନୁଦାନ ରାଶି ଦେବେ ବୋଲି ଘୋଷଣା କରିଛନ୍ତି ତେବେ ତାହା କେବଳ ଘୋଷଣା ଭିତରେ ସୀମିତ ନା କାର୍ଯ୍ୟକାରୀ ହେବ ତାହା ସମୟ କହିବ।ଏବେ ସଭାଗୃହ ର ପୁନରୁଦ୍ଧାର କେବେ ହେବ ରାସୋଳ ବାସୀ ଖାଲି କରିଛନ୍ତି ଅପେକ୍ଷା।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


