ଢେଙ୍କାନାଳ ;ତା-୨୯/୦୮(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ଜିଲ୍ଲା ବ୍ୟାଡମିଣ୍ଟନ୍ ଆସୋସିଏସନ୍ ପକ୍ଷରୁ ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଧୀନରେ ଆୟୋଜିତ ଢେଙ୍କାନାଳ ଜିଲ୍ଲାସ୍ତରୀୟ ତୃତୀୟ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍ ସଫଳତାର ସହ ଉଦ୍ଯାପିତ ହୋଇଛି। ଗତ ୨୯ ଅଗଷ୍ଟ ୨୦୨୪ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଯୁବ ଖେଳାଳି ଯୋଗଦେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବୟସ ବର୍ଗରେ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଖେଳାଳିଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଉଦ୍ଯାପନୀ ସମାରୋହରେ ଡ. ଶାନ୍ତି ଭୂଷଣ ପଣ୍ଡା ଯୋଗଦେଇ ଖେଳାଳିମାନଙ୍କୁ ବ୍ୟାଡମିଣ୍ଟନ୍ର ବିଭିନ୍ନ କୌଶଳ ଓ ଖେଳ ସମ୍ପର୍କିତ ଟିପ୍ସ ପ୍ରଦାନ କରିଥିଲେ। ନିୟମିତ ଅଭ୍ୟାସ, ଫିଟନେସ୍, ଏକାଗ୍ରତା ଓ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେବା ସହ ଜୟ-ପରାଜୟକୁ ସମାନ ଭାବେ ଗ୍ରହଣ କରି କ୍ରୀଡ଼ାସୁଲଭ ମନୋଭାବ ବଜାୟ ରଖିବାକୁ ସେ ପରାମର୍ଶ ଦେଇଥିଲେ।ଆସୋସିଏସନ୍ର ମାର୍ଗଦର୍ଶନରେ ପ୍ରତିଯୋଗିତାଟି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ଆୟୋଜକଙ୍କ ପକ୍ଷରୁ ଖେଳାଳି, କୋଚ୍ ଓ ଅଭିଭାବକମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା। ପରିଶେଷରେ ପ୍ରତିଯୋଗିତାକୁ ସଫଳ କରିବାରେ ସହଯୋଗ କରିଥିବା ଅଫିସିଆଲ୍ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


