ଢେଙ୍କାନାଳ ;ତା-୨୯/୦୮(ବିଏମସି ଟିଭି ଓଡ଼ିଆ)
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ସୁନ୍ଦର ଜଳପ୍ରପାତ ସ୍ଥାନୀୟ ଲୋକ ମାନଙ୍କ ନାମରେ ବାବାଜୀ କୁଣ୍ଡ ବୋଲି ପରିଚିତ।କିଏ କିଏ ଜାଙ୍ଗକୁଣ୍ଡ ବୋଲି କୁହନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୂର ଘଞ୍ଚ ସବୁଜ ବନାନୀ ମଧ୍ୟରେ କୁଳୁକୁଳୁ ନାଦରେ ବହିଯାଉଛି ଝରଣା ଟିଏ।ଯାହାର ଦୃଶ୍ଯ ଅତି ମନୋରମ।ତାକୁ ଦେଖିବାକୁ ଛୁଟୁଛି ଆଖପାଖ ଓ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ସୁଅ।
କୌଣସି ପ୍ରକାରର ସୁବିଧା ନଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ରାସୋଳ ଗ୍ରାମ ର ତେଲିଭୂଇଁ ବଜାରଠାରୁ ମାତ୍ର ୧୭ କିଲୋମିଟର ରାସ୍ତା ଅବା ଗଣ୍ଡାନାଳୀ ରୁ ଖଲିଵୋରେଇ ଦେଇ ପ୍ରାୟ ୧୫ କିମି ଏବଂ ପ୍ରସିଦ୍ଧ ସାପୁଆ ଡ୍ୟାମ୍ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଅବସ୍ଥିତ ଏହି ବାବାଜୀ କୁଣ୍ଡ। ଏହି ବାବାଜୀ କୁଣ୍ଡ ହିନ୍ଦୋଳ ବ୍ଳକ୍ ଦଣ୍ଡିରୀ ପଞ୍ଚାୟତ ଗୁରୁଜାଙ୍ଗ ଗ୍ରାମର କୁଣ୍ଡ ପାହାଡ଼ରେ ଅବସ୍ଥିତ।ପାହାଡ଼ ତଳୁ ଅର୍ଥାତ୍ ଗୁରୁଜାଙ୍ଗ ଗ୍ରାମ ରୁ ବାବାଜୀ କୁଣ୍ଡ ପ୍ରାୟ ଏକ କିଲୋମିଟରର ରାସ୍ତା। ବାବାଜୀ କୁଣ୍ଡକୁ ଯିବାକୁ କେବଳ ପାଦଚଲା ରାସ୍ତାଟିଏ ଅଛି। ପାହାଡ଼ରୁ ଏକ ବିରାଟ ପଥର ଖସିବା ପରେ ସୃଷ୍ଟି ହୋଇଛି ଏହି ପ୍ରାକୃତିକ ଜଳପ୍ରପାତ ବୋଲି ଯାହା ସ୍ଥାନୀୟ ଲୋକ ମତ ଦିଅନ୍ତି।ବାହାରିଥିବା ଝରଣାର ପାଣି ପୁରା କାଚକେନ୍ଦୁ ପରି ସ୍ୱଚ୍ଛ। କୁଳୁକୁଳୁ ନାଦରେ ବହିଯାଉଥିବା ଝରଣା ଏତେ ମନୋରମ ଯେ ତାକୁ ଯେ କେହି ଦେଖିବ ସେ ଘଡ଼ିଏ ଅନାଇ ରହିବ। ତେବେ ବିଗତ ଦିନରେ ସାମାଜିକ ଗଣମାଧ୍ଯମରେ ଆଞ୍ଚଳିକ ସ୍ତରରେ ଅନେକ ପର୍ଯ୍ୟଟକ ଆସି ଲୋକ ଲୋଚନକୁ ଆଣିବା ପରେ ଏବେ ଦେଖିବାକୁ ଆଖପାଖ ଓ ଦୂରଦୂରାନ୍ତରୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ। ପିଲାଠାରୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚି ବାବାଜୀ କୁଣ୍ଡର ମନୋରମ ଦୃଶ୍ୟକୁ ଉପ ପଭୋଗ କରୁଛନ୍ତି। ବୋହି ଆସୁଥିବା ଝରଣାରେ ପର୍ଯ୍ୟଟକମାନେ ଗାଧୋଇ ମଜା ଉଠାଉଛନ୍ତି। ସେଠାରେ ବଣଭୋଜି କରି ଖାଇବା ସହ ଫଟୋ ଉଠାଇ ଖୁସି ମନାଉଛନ୍ତି। କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ନା ଅଛି ବିଜୁଳି ବ୍ୟବସ୍ଥା,ନା ଅଛି ଗମନାଗମନର ସୁବିଧା,ନା ଅଛି ପାନୀୟ ଜଳର ବ୍ୟବସ୍ଥା। ହାତୀପ୍ରବଣ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ।ତେବେ ପର୍ଯ୍ୟଟକ ମାନଙ୍କର ଆଗ୍ରହ କୁ ପ୍ରାଧାନ୍ୟ ଦେଇ ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ଏହାକୁ ପର୍ଯଟନ ସ୍ଥଳୀ ର ମାନ୍ୟତା ଦେବା ସହ ପର୍ଯ୍ୟଟକ ମାନଙ୍କୁ ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ର ବ୍ୟବସ୍ଥା କରିପାରିଲେ ପର୍ଯ୍ୟଟନ କ୍ଷେତ୍ର ରେ ଢେଙ୍କାନାଳ ଜିଲ୍ଲାରେ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇପାରିବ ବୋଲି ଆଶା ରଖିଛନ୍ତି ହିନ୍ଦୋଳ ବାସୀ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଠାରେ ଆଗରୁ ଜଣେ ବାବାଜୀ ବନଦେବୀଙ୍କୁ ପୂଜା କରନ୍ତି।ସମୟ କ୍ରମେ ଏବେ ନାହାନ୍ତି ଠାକୁରାଣୀ କି ପୂଜକ ବାବାଜୀ।ହେଲେ ବାବାଜୀ ପୂଜା କରୁଥିବାରୁ ଏହାର ନାମ ବାବାଜୀ କୁଣ୍ଡ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ମତପ୍ରକାଶ କରୁଥିବା ବେଳେ ଗୁରୁଜାଙ୍ଗ ଗାଁ ନିକଟ ରେ ହୋଇଥିବାରୁ କିଛି ଲୋକ ଜାଙ୍ଗକୁଣ୍ଡ ବୋଲି ମଧ୍ୟ କହିଥାନ୍ତି। ପ୍ରକୃତି ରାଣୀର ଏହି ଅପରୂପ ସୌନ୍ଦର୍ଯ୍ୟ ଜଳପ୍ରପାତ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ। ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ନଜର ପଡ଼ିଲେ ଏଠାକୁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟନ୍ତା ଏବଂ ସାପୁଆ ଡ୍ୟାମ ବୁଲି ଯାଉଥିଲେ ବାବାଜୀ କୁଣ୍ଡ ଜଳପ୍ରପାତ ଯିବାକୁ ଭୁଲନ୍ତୁ ନାହିଁ। ହଁ ଆଜ୍ଞା ଆପଣମାନେ ଯଦି ସାପୁଆ ଡ୍ୟାମ ବୁଲି ଆସୁଛନ୍ତି ତେବେ ସେହି ନିକଟରେ ଥିବା ବାବାଜୀ କୁଣ୍ଡ ଜଳପ୍ରପାତକୁ ଯାଇ ଗାଧୋଇବାର ମଜା ନିଶ୍ଚୟ ନିଅନ୍ତୁ।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


