ଢେଙ୍କାନାଳ ;ତା-୨୯/୦୮(ବିଏମସି ଟିଭି ଓଡ଼ିଆ)
ପାଖେଇ ଆସିଲାଣି ପାର୍ବଣ ଋତୁ। ମୂର୍ତ୍ତି କାରିଗର ମାନଙ୍କର ଆୟ ଋତୁ କହିଲେ ଅତ୍ୟୁକ୍ତି ହେବନାହିଁ। ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇ ମାର୍ଗଶିର ମାସର ମାଣବସା ରୁ ଲକ୍ଷ୍ମୀପୂଜା ଯାଏଁ ଚାଲିଥାଏ। ହେଲେ ସରକାରଙ୍କଠାରୁ ଆବଶ୍ୟକ ପ୍ରୋତ୍ସାହନ ମିଳୁ ନଥିବାରୁ ଏହି ବୃତ୍ତି ବୁଡ଼ିବାରେ ଲାଗିଛି। ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୂର୍ତ୍ତି କାରିଗରମାନେ ନିଜ କାରିଗରଶାଳାରେ ଭଳିକି ଭଳି ଗଣେଶଙ୍କ ମାଟି ମୂର୍ତ୍ତି ତିଆରିରେ ନିମଗ୍ନ ରହିଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଳକର ପ୍ରାୟ ଅଧିକାଂଶ ଅଞ୍ଚଳ ପାର୍ବଣ ସମୟ ରେ ଢ଼େଙ୍କାନାଳ ସହରରେ ଥିବା ମୂର୍ତ୍ତି କାରିଗରଙ୍କ ଉପରେ ନିର୍ଭର କରିଥାନ୍ତି। ହେଲେ ପରିଶ୍ରମ ତୁଳନାରେ ସେମାନଙ୍କ ଆୟ କମ୍ ରହୁଥିବା କାରିଗରମାନେ କହିଛନ୍ତି। ପାର୍ବଣ ଋତୁ ପାଇଁ ଏବେ ଅନେକ କଳାକାର ପରିବାରମାନେ ରୋଜଗାର ଆଶାରେ ଧାରକରଜ ଆଣି ମୂର୍ତ୍ତି ତିଆରିରେ ଲାଗିଛନ୍ତି। ଖୁଦୁରୁକୁଣୀ,ଗଣେଶ ପୂଜା ପରେ ବିଶ୍ୱକର୍ମା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳିପୂଜା, କାର୍ତ୍ତିକେଶ୍ୱର ପୂଜା ଆଦି ପୂଜା ଆସୁଛି।ବୃତ୍ତିରେ ଉପୁଜିଥିବା ଅସୁବିଧା ବିଷୟରେ ଭାପୁର ଛଦେଶ ଅଞ୍ଚଳର ଭାପୁର ଶଙ୍କରପୁର, ମଧୁସାହୁପାଟଣା, ବାଲ୍ୟାମ୍ବା, ଅଉଖମା,ରାଇଡିହି,ଶିମିଳିପାଟଣା,ହରିଡାପଶି,ବୃନ୍ଦାବନପୁର,ବାଲିଗୁରେଇ,ଗୋବିନ୍ଦପ୍ରସାଦ,ଓସ୍ତପାଳ,ଏବଂ କଳାଙ୍ଗ ଆଦି ଗ୍ରାମ ର ବିଭିନ୍ନ ମୂର୍ତ୍ତି କାରିଗରଙ୍କୁ ପଚାରିବାରୁ ସେ ଯାହା କୁହନ୍ତି ,ତାଙ୍କ ପରିବାରରେ ବାପା,ଜେଜେଙ୍କ ପରେ ସେମାନେ ମୂର୍ତ୍ତି ତିଆରି କରିବା ସହ ବିଭିନ୍ନ କାରିଗରୀକୁ ପେଶା ଭାବେ ଗ୍ରହଣ କରିଛନ୍ତିପୂର୍ବାପେକ୍ଷା ମୂର୍ତ୍ତି ବିକ୍ରି ବହୁଗୁଣରେ ବୃଦ୍ଧି ପାଇଛି। ହେଲେ ସେ ତୁଳନାରେ ଆୟ ହେଉନାହିଁ। କାରଣ ମାଟି,ନଡ଼ା,ଅଧିକ ଦାମରେ କିଣିବାକୁ ପଡ଼ୁଛି।ରଙ୍ଗ ସହ ବିଭିନ୍ନ ଉପକରଣ ଦାମ ଆହେତୁକ ମହଙ୍ଗା ରହିଥିବାରୁ ପରିଶ୍ରମ ଅନୁଯାୟୀ ଲାଭ ମିଳୁନାହିଁ। ତେଣୁ ଯୁବଗୋଷ୍ଠୀ ଏହି କଳାଠାରୁ ଦୂରେଇ ଗଲେଣି। ବହାରକୁ ଯାଇ କାମଧନ୍ଦା କରୁଛନ୍ତି। ସରକାର ମୂର୍ତ୍ତିକଳାକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ସଚେତନତା ମେଳା ଆୟୋଜନ କରୁଛନ୍ତି।ହେଲେ ରଣ ପାଇଁ ଗଲେ ବ୍ୟାଙ୍କ ବିଭିନ୍ନ କାଗଜପତ୍ର ମାଗିବା ବାହାନା ରେ ଋଣ ଦେବାକୁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ନା ଋଣ ମିଳୁଛି ନା ସରକାରୀ ପ୍ରୋତ୍ସାହନ ମିଳୁଛି। ସେସବୁ କେବଳ ସଚେତନତା ମେଳାରେ ସୀମିତ ବୋଲି ଅଭିଯୋଗ ହେଉଛି। ତେବେ ବିଭାଗୀୟ ଅଧିକାରୀମାନେ ମୂର୍ତ୍ତି କାରିଗରଙ୍କ ନିକଟକୁ ପହଞ୍ଚି ସହାୟତା ଯୋଗାଇଦେଲେ ଆଗାମୀ ପିଢ଼ି ଏହି କଳା ପ୍ରତି ଆକୃଷ୍ଟ ହେବେ ବୋଲି ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୃର୍ତ୍ତି କାରିଗର ଦାବୀ କରିବା ସହ ଭାପୁର ଛଦେଶ ଅଞ୍ଚଳର ମୃର୍ତ୍ତି କାରିଗରମାନେ କହିଛନ୍ତି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


