ବାଲିମେଳା ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ମହାବିଦ୍ୟାଳୟ ପରିସରରେ ‘ଖେଲୋ ଇଣ୍ଡିଆ ସମ୍ବାଦ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ଵ ରେ ଥିବା ରାଜନୀତି ବିଜ୍ଞାନ ଅଧ୍ୟାପକ ପୁରୁଷୋତ୍ତମ ସମରଥ ଓ ଏନଏନଏସ ଜିଲ୍ଲା ନୋଡାଲ ଅଧିକାରୀ ସରୋଜ ମହପାତ୍ର ଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭର୍ଚୁଆଲ୍ ଉପସ୍ଥିତି ଓ ସମ୍ବୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡବିୟ ମଧ୍ୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।‘ଯୁବ ସମ୍ବାଦ’ କାର୍ଯ୍ୟକ୍ରମର ଅଂଶ ଭାବେ କଲେଜ ପକ୍ଷରୁ ସ୍ଥାନୀୟ କ୍ରୀଡ଼ାବିତ୍ ଓ ବିଶିଷ୍ଟ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ କ୍ରୀଡ଼ା ପ୍ରତିଭା ଶ୍ରୀ ଗଙ୍ଗାଧର ଦୁରୁଆଙ୍କୁ ତାଙ୍କର କ୍ରୀଡ଼ା କ୍ଷେତ୍ରରେ ଅବଦାନ ଓ ସଫଳତା ପାଇଁ କଲେଜ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହାପରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ, ଗତ ବାର ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଏବଂ ଆଗାମୀ ଅଲିମ୍ପିକ୍ ଓ କମନୱେଲଥ୍ ଗେମ୍ସ ପାଇଁ ଭାରତର ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ସହ ମୁକ୍ତ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ କ୍ରୀଡ଼ା ଓ ଯୁବ ବିକାଶ ସମ୍ପର୍କିତ ନିଜର ମତାମତ, ଚିନ୍ତାଧାରା ଓ ଆକାଂକ୍ଷା ପ୍ରକାଶ କରିବାର ସୁଯୋଗ ପାଇଥିଲେ। ଏହା ସହିତ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସମ୍ମାନ ଏବଂ ‘ବିକଶିତ ଭାରତ ନିଶାମୁକ୍ତ ଶପଥ’ ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଏନଏନଏସ କାର୍ଯ୍ୟକ୍ରମ ଅଧିକାରୀ ରଞ୍ଜିତା ଟପୋ ଓ ତପନ କାର୍ଯ୍ୟି ପରିଚାଳନା କରିଥିଲେ l ଓଡ଼ିଆ ଅଧ୍ୟାପକ ମନୋରଞ୍ଜନ ଖମାରି ଓ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଉତ୍ସାହ ସୃଷ୍ଟି କରିବା ସହ ଦେଶରେ ଏକ ସୁଦୃଢ଼ କ୍ରୀଡ଼ା ସଂସ୍କୃତି ଗଠନ ପାଇଁ ପ୍ରେରଣା ଯୋଗାଇଥିଲା।
ବାଲିମେଳା ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।


