ଢେଙ୍କାନାଳ ;ତା;୧୨/୦୯(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ଜିଲ୍ଲାରେ ମଦ ବେପାରୀଙ୍କ ଉପରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଜିଲ୍ଲାପାଳ ଏବଂ ଅବକାରୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତ ୧୦ ସେପ୍ଟେମ୍ବର ୨୦୨୬ ତାରିଖରେ ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।
ଅବକାରୀ ବିଭାଗର ଏହି ଚଢ଼ାଉରେ ବିପୁଳ ପରିମାଣର ଗୁଡ଼ ୱାସ୍, ଦେଶୀ ମଦ, ନକଲି ବିଦେଶୀ ମଦ ଓ ବିୟର ଜବତ କରାଯାଇଛି।ଏହି ଘଟଣାରେ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ସମୟରେ ମୋଟ ୪ ହଜାର ଲିଟର ଫର୍ମେଣ୍ଟେଡ୍ ଗୁଡ଼ ୱାସ୍, ୪୯୫ ଲିଟର ଦେଶୀ ମଦ, ୮୦.୬୭୦ ଲିଟର ନକଲି ବିଦେଶୀ ମଦ ଏବଂ ୬୯.୧୨୫ ଲିଟର ବିୟର ଜବତ ହୋଇଛି। ଏହା ସହିତ ୩ଟି ଦୁଇଚକିଆ ଯାନ, ଯେଉଁଥିରେ ୨ଟି ମୋଟରସାଇକେଲ୍ ଓ ଗୋଟିଏ ସ୍କୁଟି ରହିଛି, ତାହାକୁ ମଧ୍ୟ ଜବତ କରାଯାଇଛି। ଅବକାରୀ ବିଭାଗର ସୂଚନା ଅନୁସାରେ, ଅନ୍ନାପୁର ଅଞ୍ଚଳରୁ ୩୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ କାଶୀପୁରରୁ ୨ ହଜାର ଲିଟର ଗୁଡ଼ ୱାସ୍ ଓ ୧୯୦ ଲିଟର ଦେଶୀ ମଦ ଜବତ ହୋଇଛିସେହିପରି ବାହାଳା ଛକରୁ ୪୦ ଲିଟର ଦେଶୀ ମଦ ଓ ଗୋଟିଏ ସ୍କୁଟି ଜବତ ହୋଇଛି।
କୁଲେଇ ଅଞ୍ଚଳରୁ ୨ ହଜାର ଲିଟର ଗୁଡ଼ ୱାସ୍ ସହ ୨୦୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ପରଜଙ୍ଗ ଥାନା ଅଞ୍ଚଳର କୁଲେଇରୁ ନକଲି ବିଦେଶୀ ମଦ, ଦେଶୀ ମଦ ଓ ବିୟର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଆଇନ ଅନୁଯାୟୀ ମାମଲା ରୁଜୁ ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଜିଲ୍ଲାରେ ଅବୈଧ ମଦ କାରବାର ଉପରେ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


