ଢେଙ୍କାନାଳ ;ତା-୨୩/୦୯(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ରତ୍ନପୁର ଗ୍ରାମ ବାସିନ୍ଦା ଙ୍କ ଅଭିଯୋଗ କ୍ରମେ ଗ୍ରାମର ତେନ୍ତୁଳିପାଟଣା ଅଙ୍ଗନବାଡ଼ି କେନ୍ଦ୍ର ରେ ହୋଇଛି ଅନିୟମିତତା। ଅଙ୍ଗନବାଡ଼ି କେନ୍ଦ୍ର ର କର୍ମୀ ମଲ୍ଲିକା ଦେଇ ଙ୍କୁ ନେଇ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।
ପିଲା ମାନଙ୍କୁ ଠିକ୍ ସମୟରେ ଖାଇବାକୁ ନଦେବା,ପାଠ ନ ପଢାଇ ବିଭିନ୍ନ ବାହାନା ଦେଖାଇ କେନ୍ଦ୍ର କୁ ବନ୍ଦ କରିବା, କେନ୍ଦ୍ର କୁ ଆସୁଥିବା ଖାଦ୍ୟ ଚାଉଳ,ଅଣ୍ଡା ଆଦି ପିଲା ମାନଙ୍କୁ ନଦେଇ ବିକ୍ରି କରିବା,ଏପରିକି ଉପସ୍ଥାନ ଖାତା ରେ ଅନୁପସ୍ଥିତ ପିଲାମାନଙ୍କୁ ଉପସ୍ଥିତ ଦର୍ଶାଇ ସେମାନଙ୍କ ପାଇଁ ଆସୁଥିବା ଖାଦ୍ୟ ସାମଗ୍ରୀ କୁ ନେଇ ବିକ୍ରିକରି ଦିଅନ୍ତି ବୋଲି ଗ୍ରାମବାସୀ ମାନେ ଯାହା ଅଭିଯୋଗ କରିବା ସହିତ ଅଙ୍ଗନବାଡ଼ି କର୍ମୀ ଙ୍କ ମନମୁଖୀ କାର୍ଯ୍ୟକଳାପ କୁ ନାପସନ୍ଦ କରିଛନ୍ତି। ତେବେ ଏଥିନେଇ ସମ୍ପୃକ୍ତ ଅଙ୍ଗନବାଡ଼ି ଦିଦି ମଲ୍ଲିକା ଦେଇ ଙ୍କୁ ଗ୍ରାମବାସୀ ତଥା ଅଭିଭାବକ,ଅଭିଭାବିକା ଗଣ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ସେ କଥା କୁ କର୍ଣ୍ଣପାତ କରିନଥିବା ବେଳେ ଏତାଦୃଶ ସମସ୍ୟା ର ସମାଧାନ ପାଇଁ ଗ୍ରାମବାସୀ ମିଳିତ ଭାବେ ଗତ ଏପ୍ରିଲ ମାସରେ ଢେଙ୍କାନାଳ ଜିଲ୍ଲାପାଳ,ସି ଡ଼ି ପି ଓ,ଡି ଏସ୍ ଡବ୍ଲ୍ୟୁ, ବିଡ଼ିଓ, ଏପରିକି ଥାନା ର ଦ୍ବାରସ୍ଥ ସୋଇଥିଲେ। ତେବେ ଏହି ସଂକ୍ରାନ୍ତରେ ସିଡ଼ିପିଓ ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମଲ୍ଲିକା ଦେଇ ଙ୍କ ଦରମା ବନ୍ଦ କରି ଦେଇଥିଲେ। ଅପର ପକ୍ଷରେ ମଲ୍ଲିକା ଦେଇ ଙ୍କ ଦରମା ବନ୍ଦ ହେବା ପରେ ସେ ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ ଗ୍ରାମବାସୀ ମାନେ ଆକ୍ରୋଶ ମୂଳକ ଭାବେ ତାଙ୍କୁ ହଇରାଣ କରିବା,କଙ୍ଗାରୁ କୋର୍ଟ କରି କେନ୍ଦ୍ର ରୁ ବାହାରିଯିବା ପାଇଁ ଚାପ ପ୍ରୟୋଗ କରିବା ଓ ଗ୍ରାମବାସୀ ମାନେ ଏକ ଲକ୍ଷ ତିରିଶି ହଜାର ଟଙ୍କା ଜୋର ଜବରଦସ୍ତି ମାଗିବା ଓ ଗାଳିଗୁଲଜ କରି ମାଡ ମାରିଥିବା ଆଦି ଅଭିଯୋଗ କରନ୍ତି। ଏହାର ସମାଧାନ ପାଇଁ ମଲ୍ଲିକା ଦେଇ ଥାନା,ଉପରିସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେ ମାନ୍ୟବର ହାଇକୋର୍ଟ ର ଦ୍ବାରସ୍ଥ ହୋଇଥିଲେ,ତେବେ ମାନ୍ୟବର ହାଇକୋର୍ଟ ଙ୍କର ନିର୍ଦ୍ଦେଶ ଅନୁସାରେ ତାଙ୍କୁ କେନ୍ଦ୍ର ରୁ ବହିଷ୍କାର କରାନଯିବା ସହିତ ଦରମା ବନ୍ଦ ନକରିବା ପାଇଁ ନିର୍ଦ୍ଦେଶ ମିଳିଥିଲେ ମଧ୍ୟ ସିଡ଼ିପିଓ ଅଦ୍ୟାବଧି ଦରମା ବନ୍ଦ କରିଛନ୍ତି ବୋଲି ଯାହା ସୂଚନା ମିଳିଛି। ଏପରି ସ୍ଥଳେ ଗ୍ରାମବାସୀ ମାନେ କେନ୍ଦ୍ର ରୁ ତାଙ୍କୁ ବହିଷ୍କାର କରାନଗଲେ ପିଲା ମାନଙ୍କୁ କେନ୍ଦ୍ର କୁ ଛାଡ଼ିବେ ନାହିଁ ବୋଲି ସିଧାସଳଖ କହୁଥିବା ବେଳେ ସେ ରହିଲେ ଆଗାମୀ ଦିନରେ ଗାଁ ରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦେଉଛନ୍ତି। ତେବେ କିଏ ସତ କିଏ ମିଛ ତାହା ତ ସମୟ କହିବ କିନ୍ତୁ କୋର୍ଟ ର ନିର୍ଦ୍ଦେଶ କୁ ଵେଖାତିର୍ କରି ଜଣେ ବିଧବା ମହିଳା ଅଙ୍ଗନବାଡ଼ି କେନ୍ଦ୍ର ର କର୍ମୀ ଙ୍କ ଦରମା ବନ୍ଦ କରିବା ସହିତ ତାଙ୍କୁ ଗାଳିଗୁଲଜ କରିବା,ତାଙ୍କୁ ଚାକିରୀରୁ ବହିଷ୍କାର କରିବା ଆଦି କୋଉଠି ନା କୋଉଠି ଗ୍ରାମବାସୀ ଙ୍କର ମାତ୍ରାଧିକ ଚାପ କଙ୍ଗାରୁ କୋର୍ଟ ର ନ୍ୟାୟ ଭଳି ମନେ ହୁଏ।ଏବେ ଦେଖିବାକୁ ବାକି ରହିଲା କାହାର ରାୟ କାଏମ ରହୁଛି ଗ୍ରାମବାସୀ ମାନଙ୍କର କଙ୍ଗାରୁ କୋର୍ଟ ର ନା ମାନ୍ୟବର ଓଡ଼ିଶା ହାଇକୋର୍ଟ ଙ୍କର।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


