ଢେଙ୍କାନାଳ ;ତା-୨୩/୦୯(ବିଏମସି ଟିଭି ଓଡ଼ିଆ)
ଅନୁଗୋଳ ଜିଲ୍ଲା ସାଇବର ଥାନା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ନବକୃଷ୍ଣ ଚୌଧୁରୀ କଲେଜର ମଲ୍ଟିପର୍ପୋଜ୍ ହଲ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଇବର ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିହେବ, ସେନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଅନୁଗୁଳ ଏସ୍ପି ରାହୁଲ ଜୈନ ଯୋଗଦେଇ ସାଇବର ଠକେଇର ବିଭିନ୍ନ ଉପାୟ ଓ ଏଥିରୁ ବର୍ତ୍ତିବାର ସତର୍କତା ବିଷୟରେ ସଚେତନତା ବାର୍ତ୍ତା ଦେଇଥିଲେ। ନବକୃଷ୍ଣ ଚୌଧୁରୀ କଲେଜର ମଲ୍ଟିପର୍ପୋଜ୍ ହଲ୍ରେ ଅନୁଗୁଳ ଜିଲ୍ଲା ସାଇବର ଥାନା ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା ସାଇବର ସୁରକ୍ଷା ସଚେତନତା ଅଭିଯାନ। ବର୍ତ୍ତମାନ ସମୟରେ ଅନଲାଇନ୍ ଠକେଇର ଘଟଣା ବଢ଼ୁଥିବା ବେଳେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଏସ୍ପି ରାହୁଲ ଜୈନ ଯୋଗଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ ସାଇବର ଫ୍ରଡ୍ର ବିଭିନ୍ନ ଉପାୟ ସମ୍ପର୍କରେ ସୂଚନା ଦେବା ସହ ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା, ଓଟିପି, ପାସୱାର୍ଡ ଓ ବ୍ୟାଙ୍କ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ କାହା ସହିତ ଶେୟାର ନକରିବା ପାଇଁ ପରାମର୍ଶ ଦେଇଥିଲେ। ସାଇବର ଅପରାଧର ଶିକାର ହେଲେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ସଚେତନ କରାଯାଇଥିଲା।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


