ବେଲଗୁଣ୍ଠା ;ତା-୨୫/୯(ବିଏମସି ଟିଭି ଓଡ଼ିଆ)
ଗତ ୨୦୨୪ ନଭେମ୍ବର ୧୯ ରେ ବେଲଗୁଣ୍ଠା ଏନ୍ଏସିର ପୂର୍ବତନ ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ଭୋଟ୍ରେ ସମସ୍ତ ୧୨ ଜଣ କାଉନସିଲର ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ଏହା ଫଳରେ ଟି ବବିତା କୁମାରୀ ଉପାଧ୍ୟକ୍ଷା ପଦବୀ ହରାଇଥିଲେ । ସେହିଦିନ ଠାରୁ ବେଲଗୁଣ୍ଠା ଏନଏସିର ଉପାଧ୍ୟାକ୍ଷା ପଦ ଖାଲି ପଡ଼ିଥିବା ବେଳେ, ଏହି ପଦବୀ ପୂରଣ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପତ୍ର ସଂଖ୍ୟା ୨୦୮୩/SEC ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୯୭୫/ULB ନିର୍ବାଚନ ଅନୁସାରେ ଉପ-ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଉପ-ନିର୍ବାଚନ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୯୭୩/ULB ଅନୁଯାୟୀ ବୁଗୁଡ଼ା ତହସିଲଦାର ତାପସ ରାଉତଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ନିର୍ବାଚନ ସୂଚୀ ଅନୁସାରେ,୨୨ ସେପ୍ଟେମ୍ବର ୨୦୨୬ରେ ନୋଟିସ ଜାରି କରାଯାଇଛି । ବର୍ତମାନ ୨୯ ସେପ୍ଟେମ୍ବର ୨୦୨୬ରେ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୧ଟା ରୁ ୧୨ ଟା ମଧ୍ୟରେ ଯାଞ୍ଚ, ଅପରାହ୍ନ ୧:୦୦ ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଆବଶ୍ୟକ ସ୍ଥଳେ ଅପରାହ୍ନ ୧:୩୦ରୁ ୩:୩୦ ମଧ୍ୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ପୌର ନିର୍ବାଚନ ଆଉ କିଛି ମାସ ବାକି ଥିବା ବେଳେ ବର୍ତ୍ତମାନ ଏହି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଏବଂ ଆହୁରି ୬ ଜଣ ମହିଳା କାଉନସିଲର ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପାରିଷଦ ରେ ଥିବାରୁ କିଏ ଏହି ପଦବୀ ପାଇଁ ପ୍ରାଥୀ ହେବ ଦେଖିବାକୁ ବାକି ରହିଲା।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


