ଢେଙ୍କାନାଳ ;ତା-୨୮/୦୯(ବିଏମସି ଟିଭି ଓଡ଼ିଆ)
ଆଜି ହେଉଛି ବିଶ୍ୱ ନଦୀ ଦିବସ ।ଏହି ବିଶ୍ୱ ନଦୀ ଦିବସ ସାରା ବିଶ୍ୱ ର ଭିନ୍ନ ଭିନ୍ନ ସ୍ଥାନ ରେ ପାଳନ କରାଯାଏ । ନଦୀ ଯେଉଁଠି ଜନବସତି ସେଇଠି ଓ ସାଧାରଣ ଜନତା ଙ୍କ ଜୀବନ ଜୀବିକା ମଧ୍ୟ ସେଇଠି।କେନ୍ଦ୍ରାପଡ଼ା ସହର ରେ ଗୋବରୀ ନଦୀ ପ୍ରବାହିତ । ଏହା ଜିଲ୍ଲାର ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବନି କିନ୍ତୁ ଦୁର୍ଭାଗ୍ଯ ର କଥା ଆମରି ମାନଙ୍କ ପାଇଁ ଗୋବରୀ ନଦୀ ଏବେ ଆବର୍ଜନା କୁଣ୍ଡ ରେ ପରିଣତ। ତେବେ ପରିବେଶ ସୁରକ୍ଷା ଓ ସ଼୍ବଛତା ଆମ ଦାୟିତ୍ୱ କୁ ମୂଳମନ୍ତ୍ର କରି ଗୋବରୀ ନଦୀ କୁ ଆବର୍ଜନାମୁକ୍ତ ପାଇଁ ପ୍ରୟାସ ଜାରି ରଖିଛନ୍ତି ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ଜଡିତ କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ । ଆଜି ବିଶ୍ୱ ନଦୀ ଦିବସ ରେ ନଦୀ ମାତା ଗୋବରୀ ର ଆଳତି କରିବା ସହ ନଦୀ ମାତା କୁ ଶାଢ଼ୀ ଅର୍ପଣ ପୂର୍ବକ ହୋମ ଯଜ୍ଞାଦି ପୂଜନ ପୂର୍ବକ ଟ୍ରଷ୍ଟ ପକ୍ଷରୁ ନଦୀ ମାତା ର ସୁରକ୍ଷା ଓ ସ଼୍ବଛତା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏହା ସହ ସ୍ଥାନୀୟ ବାସିନ୍ଦା ଙ୍କୁ ଗୋବରୀ ନଦୀ କୁ ଅଳିଆ ଆବର୍ଜନା ନ ପକାଇବାକୁ ଟ୍ରଷ୍ଟ ତରଫରୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନାଗପୁର,ଦେପୁର,କଦଳୀବାଡ଼ି,ସାରଙ୍ଗ, ହଜାରିବଗିଚା ଓ ଆଳିଜଙ୍ଗା ର ଶତାଧିକ ବାସିନ୍ଦା ଉପସ୍ଥିତ ରହି ନଦୀ ମାତୃକା ର ପୂଜନ କରିଥିଲେ। ଏତାଦୃଶ ନୂତନ ତଥା ନିଆରା, ଅଭିନବ ପ୍ରୟାସ ପାଇଁ କେନ୍ଦ୍ରାପଡ଼ା ସହର ଵାସୀ,ବୁଦ୍ଧିଜୀବି ଓ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଗଣ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ମାନଙ୍କୁ ସ୍ବାଗତ କରିବା ସହ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ପ୍ରଦାନ କରିଛନ୍ତି।
ତେବେ ନଦୀ ପୂଜନ କାର୍ଯ୍ୟକ୍ରମ ରେ ପରିବେଶ ସୁରକ୍ଷା ଓ ସ଼୍ବଛତା ଆମ ଦାୟିତ୍ୱ,ଜଙ୍ଗଲ ନାହିଁ ତ ବୃକ୍ଷ ନାହିଁ,ନଦୀ ନାହିଁ ତ ଜଳ ନାହିଁ, ବୃକ୍ଷ ଓ ଜଳ ନଥିଲେ ଜୀବନ ନାହିଁ, ପରିବେଶ ସୁରକ୍ଷା ହିଁ ଜୀବନ ରକ୍ଷା ର ଏକ ମାତ୍ର ରାସ୍ତା ବୋଲି ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ବାର୍ତ୍ତା ଦେଇଥିଲେ । ଆଜି ର ଏହି ନିଆରା ତଥା ସ୍ବାଗତ ଯୋଗ୍ୟ କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ, ପୂଜକ ହରେକୃଷ୍ଣ ପଢିଆରି, ମନୋଜ ନାୟକ, ସଂଗ୍ରାମ ଦାସ,ତପନ ସେନାପତି,ଜ୍ଞ୍ୟାନ ରଞ୍ଜନ ମହାନ୍ତି, ଅଜୟ କୁମାର ରାଉତ,ସନ୍ତୋଷ ତରାୟ, ରଞ୍ଜନ କୁମାର ମିଶ୍ର,ମନୋଜ ରାଉତ, ନରୋତ୍ତମ ବିଶ୍ୱାଳ, ରଘୁନାଥ ସ୍ୱାଇଁ ଓ ଜୋତିଷ ଗୌରାଙ୍ଗ ନାୟକ ଙ୍କ ସହ ଆଞ୍ଚଳିକ ସ୍ତରରେ ଶତାଧିକ କେନ୍ଦ୍ରାପଡ଼ା ସହରବାସୀ ତଥା ଆଖପାଖ ବିଭିନ୍ନ ଗ୍ରାମରୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।
ଢେଙ୍କାନାଳ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


