ରାୟଗଡ଼ା;ତା-୧୪/୧୦(ବିଏମସି ଟିଭି ଓଡ଼ିଆ)
ରାୟଗଡ଼ା ଜିଲ୍ଲାର ପେଣ୍ଟାସ୍ଥିତ ମଡେଲ ବିଦ୍ୟାଳୟରେ ମୋଡେଲ ସଂସଦ କାର୍ଯ୍ୟକ୍ରମକୁ ନେଇ ଉତ୍ସାହ ଦେଖାଦେଇଛି। ଏହି କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ସଂସଦୀୟ କାର୍ଯ୍ୟପ୍ରଣାଳୀ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନେତୃତ୍ୱ ଦକ୍ଷତା ବିଷୟରେ ଜାଣିବାର ସୁଯୋଗ ଦେବ। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଯୁକ୍ତି ଉପସ୍ଥାପନ କରିବାର ଦକ୍ଷତା ଓ ସାମାଜିକ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


